ଭୁବନେଶ୍ବର: ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା। କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଭୁବନେଶ୍ୱରରୁ ପୁରୀ ଯାଏଁ ସର୍ଭିସ ରୋଡ୍ ହେବ । ବର୍ତ୍ତମାନ ୪ ଲେନ୍ ବିଶିଷ୍ଟ ଥିବା ଭୁବନେଶ୍ବର-ପୁରୀ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ । ୬ ଲେନ ରାସ୍ତା ସହ ୨ ଲେନ ସର୍ଭିସ ରୋଡ ବି ରହିବ। ପୁରୀ-ଭୁବନେଶ୍ବର ରାସ୍ତା ପାଇଁ ୧୮୦୦କୋଟି ଖର୍ଚ୍ଚ ହେବ। ବ୍ୟସ୍ତବହୁଳ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ୮ଲେନ ହେବ। ପ୍ରାୟ ୨ଶହ କିଲୋମିଟର ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ୮ ଲେନ କରାଯିବ। ଏହି ରାସ୍ତା ୮ଲେନ ରାସ୍ତା ହେବା ସହ ୨ ଲେନ ସର୍ଭିସ ରୋଡ ବି ରହିବ। ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ ୫୭ ହେବ ୪ ଲେନ। ୪ ଲେନ ସହ ସର୍ଭିସ ରୋଡ ମଧ୍ୟ ରହିବ। ଏଥିପାଇଁ ୧୧ଶହ କୋଟି ଖର୍ଚ୍ଚ ହେବ।
କେସିଙ୍ଗା-ଜୁନାଗଡ଼ ଜାତୀୟ ରାଜପଥ-୨୬ ମଧ୍ୟ ୪ ଲେନ ହେବ। କେସିଙ୍ଗା ଜୁନାଗଡ଼ ୬ ଲେନ ରାସ୍ତା ପାଇଁ ୧ ହଜାର କୋଟି ଖର୍ଚ୍ଚ ହେବ। କେସିଙ୍ଗା-ଜୁନାଗଡ ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବା ପାଇଁ କେନ୍ଦ୍ରୀୟ ସଡକ ଓ ଭିତ୍ତିଭୂମି ପାଣ୍ଠି ମିଳିଛି । ଏହାବାଦ୍ ସେତୁବନ୍ଧ ଯୋଜନାରେ ମଧ୍ୟ ଓଡିଶାକୁ ୨୫୦ କୋଟି ଟଙ୍କା ଅନୁଦାନ ମିଳିଛି । ମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।