କେନ୍ଦୁଝର, ଭୁସଂସ୍କାର ଓ ଜମିଜମା ରେକର୍ଡ କମ୍ପ୍ୟୁଟରିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାପାଇଁ କେନ୍ଦୁଝର ଜିଲ୍ଲା ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଭୂମି ସଂମାନ-ପ୍ଲାଟିନମ ଆୱାର୍ଡରେ ସମ୍ମାନିତ ହୋଇଛି । ଚଳିତ ଜୁଲାଇ ୧୮ତାରିଖ ମଙ୍ଗଳବାର ଦିନ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସମାରୋହରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୈପଦୀ ମୁର୍ମୁ କେନ୍ଦୁଝର ଜିଲ୍ଲାକୁ ଭୁମି ସଂମାନ-ପ୍ଲାଟିନମ ଆୱାର୍ଡ ରେ ସମ୍ମାନିତ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଆଦେଶ ପ୍ରକାରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା କେନ୍ଦୁଝର ଜିଲ୍ଲା ତରଫରୁ ମାନ୍ୟବର ରାଷ୍ଟ୍ରପତିଙ୍କ ଠାରୁ ସଂମାନ ଗ୍ରହଣ କରିଥିଲେ । ଡେପୁଟି କଲେକ୍ଟର ମହମ୍ମଦ ଫିରୋଜ ଖାନ ଓ ଡେପୁଟି କଲେକ୍ଟର ପ୍ରଭୁକଲ୍ୟାଣ ଦାସ ସମ୍ମାନ ଗ୍ରହଣ ବେଳେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଭୁସଂସ୍କାର ନିମନ୍ତେ କେନ୍ଦୁଝର ଜିଲ୍ଲାରେ ହାତକୁ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ଯଥା ଜମି ପଟା ର କମ୍ପୁଟରୀକରଣ, କାଡ଼ାଷ୍ଟ୍ରଲ ମ୍ୟାପ୍ ଡିଜିଟାଇଜେସନ ଏବଂ ମେପ୍ ସହିତ ଜମି ପଟା ସଂଯୋଗୀ କରଣ, ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ରେ ଅନଲାଇନ ଜମି ପଞ୍ଜିକରଣ ବ୍ୟବସ୍ଥା, ବିଭିନ୍ନ ରାଜସ୍ବ କାର୍ଯ୍ୟାଳୟ ର ଜମିଜମା ରେକର୍ଡ ସହିତ ପଞ୍ଜିକରଣର ଏକତ୍ରିକାରଣ ଏବଂ ଆଧୁନିକ ରେକର୍ଡ ରୁମ ପରିଚାଳନା କ୍ଷେତ୍ରରେ ସତପ୍ରତିସତ ସଫଳତାପାଇଁ କେନ୍ଦୁଝର ଜିଲ୍ଲାକୁ ଏହି ସମ୍ମାନ ମିଳିଛି ।
July 18, 2023
0 Comment
432 Views
କେନ୍ଦୁଝର ଜିଲ୍ଲାକୁ ମିଳିଲା ଭୂମି ସମ୍ମାନ, ପ୍ଲାଟିନମ ଆୱାର୍ଡ
କେନ୍ଦୁଝର, ଭୁସଂସ୍କାର ଓ ଜମିଜମା ରେକର୍ଡ କମ୍ପ୍ୟୁଟରିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାପାଇଁ କେନ୍ଦୁଝର ଜିଲ୍ଲା ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଭୂମି ସଂମାନ-ପ୍ଲାଟିନମ ଆୱାର୍ଡରେ ସମ୍ମାନିତ ହୋଇଛି । ଚଳିତ ଜୁଲାଇ ୧୮ତାରିଖ ମଙ୍ଗଳବାର ଦିନ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସମାରୋହରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୈପଦୀ ମୁର୍ମୁ କେନ୍ଦୁଝର ଜିଲ୍ଲାକୁ ଭୁମି ସଂମାନ-ପ୍ଲାଟିନମ ଆୱାର୍ଡ ରେ ସମ୍ମାନିତ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଆଦେଶ ପ୍ରକାରେ... Read More