
କେନ୍ଦୁଝର, ଅଗଷ୍ଟ୧୪ ଦିନ ଭାରତ ବିଭାଜନ ବିଭୀଷିକାକୁ ମନେପକାଇ କେଣ୍ଡେଲ ଶୋଭାଯାତ୍ରାରେ କେନ୍ଦୁଝର ସହର ପରିକ୍ରମା କଲା କେନ୍ଦୁଝର ନଗର ବିଜେପି । ବିଜେପି କେନ୍ଦୁଝର ନଗର ସଭାପତି ବିଶ୍ଵଜିତ ତ୍ରିପାଠୀଙ୍କ ନେତୃତ୍ୱରେ କେନ୍ଦୁଝର ନଗରପାଳ ନିକୁ ସାହୁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା କାର୍ଯ୍ୟକର୍ତାମାନେ ଶୋଭାଯାତ୍ରାରେ ସହିଦସଦନରୁ ବାହାରି ପଞ୍ଜାବୀ ଛକ ଓ ସିରାଜୁଦିନ୍ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରୁ ଭାରତ ମାନଚିତ୍ର ନିକଟରେ କେଣ୍ଡେଲ ଜାଳି ଭାରତ ବିଭାଜନ ବିଭୀଷିକାରେ ପ୍ରାଣ ହରାଇଥିବା ଭାରତୀୟଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିଥିଲେ ।
