ଜୟପୁର : ରାଜସ୍ଥାନର ବିକାନେର ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୩ ରେକର୍ଡ କରାଯାଇଛି । ଭୂକମ୍ପ ପରେ ଭୟଭୀୟ ହୋଇଯାଇଛନ୍ତି ଆଖପାଖ ଅଞ୍ଚଳର ଲୋକ । ତେବେ ଭୂମିକମ୍ପରେ ଏଯାଏଁ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।
ନ୍ୟାସନାଲ ଫର୍ ସିସ୍ମୋଲୋଜି ଅନୁଯାୟୀ, ମଙ୍ଗଳବାର ତାରି ପ୍ରାୟ ୧୧ଟା ୩୬ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ପୂରା ବିକାନେର ଜିଲ୍ଲା ଥରି ଉଠିଥିଲା । ତେବେ ଏହାର କେନ୍ଦ୍ରସ୍ଥଳି ବିକାନେର ଠାରୁ ୬୮୫ କିଲୋମିଟର ଦୂରରେ ରହିଛି । ସେହିପରି ବିକାନେର ଠାରୁ ପଶ୍ଚିମରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ କେନ୍ଦ୍ରସ୍ଥଳି ରହିଛି ।