ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ଉଦ୍ୟାନ କୃଷି ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଲା ଗ୍ୟାସ୍ ବୋଝେଇ ଗାଡି । ଦୁର୍ଘଟଣାରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ।
ସୂଚନା ଯେ, ମୃତକ ଦୁଇ ଜଣ ଏକ ବାଇକ୍ରେ ଯାଉଥିବା ବେଳେ ସାମ୍ନାପଟୁ ଏକ ଗ୍ୟାସ୍ ବୋଝେଇ ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ମୃତକ ଦୁଇ ଜଣ ସ୍ଥାନୀୟ ରଥ ସାହିର ବୋଲି ଜଣାପଡିଛି । ଗ୍ୟାସ୍ ବୋଝେଇ ଗାଡିଟି ସମ୍ବଲପୁର ପଟରୁ ରେଢାଖୋଲ ପଟକୁ ଯାଉଥିବା ବେଳେ ବାଇକ୍ ଆରୋହୀ ଅପର ପାର୍ଶ୍ବରୁ ଆସୁଥିଲେ । ତେବେ ଗ୍ୟାସ୍ ବୋଝେଇ ଗାଡିଟି ଧକ୍କା ଦେଇ ପାଖାପାଖି ୩୦ମିଟର ଘୋଷାଡି ନେଇଥିବାର ଜଣାପଡିଛି।