ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍ ବାନୋ ମାମଲାର ଦୁଇ ଦୋଷୀ ରାଧେଶ୍ୟାମ ଓ ରାଜୁ ଭାଇକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଉଭୟ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ହେଁ ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରି ଦେଇଛନ୍ତି।
ସୁପ୍ରିମକୋର୍ଟ ନୂତନ କ୍ଷମା ଆବେଦନ ଉପରେ ନିର୍ଦ୍ଦେଶ ଦେବା ଯାଏ ଉଭୟ ଜାମିନରେ ମୁକୁଳିବାକୁ ଚାହୁଁଥିଲେ। ୨୦୨୨ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରୀ ଦଣ୍ଡାଦେଶ ବିରୋଧରେ ଯାଇ ବିଲକିସ୍ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରି ଦେଇଥିଲେ। ହେଲେ ଜାନୁଆରୀ ମାସରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ଖାରଜ କରିଥିଲେ। ଏହାକୁ ରାଧେଶ୍ୟାମ ଓ ରାଜୁ ଭାଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।