ସମ୍ବଲପୁର : ହୀରାକୁଦରେ ଆଜିଠାରୁ ଆରମ୍ଭ ହେଲା ପକ୍ଷୀ ଗଣନା । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏହି ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ସନ୍ଧ୍ୟା ୫ଟାରେ ସରିବ । ଏନେଇ ୨୧ଟି ସେକ୍ଟର କରାଯାଇଥିବା ବେଳେ ଜଳଭଣ୍ଡାରରେ ୫୩୩ ବର୍ଗ କିଲୋମିଟର ଯାଏଁ ଏହି ଗଣନା କରାଯିବ । ୩୩ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମରେ ସାମିଲ ଅଛନ୍ତି ।
ସେହିପରି ପାଓ୍ୱାର କେନାଲର ୫.୭ ବର୍ଗ କିଲୋମିଟର ଏଥିରେ ସାମିଲ ରହିଛି । ଚଳିତ ଥର ମଧ୍ୟ ଛତିଶଗଡ ବୋର୍ଡରର ସୁଖାସୋଢା ଓ ଅନ୍ତରାଡି ଯାଏଁ ଏହି ଗଣନା କରାଯାଉଛି । ଏନେଇ ୩୨ଟି ବୋଟ୍ ମାଧ୍ୟମରେ ୩୨ଟି ଗ୍ରୁପ କରାଯାଇଥିବା ବେଳେ ୭୮ ଜଣ ସାମିଲ ହୋଇଛନ୍ତି । ଯେଉଁଥିରେ ୩୩ ଜଣ ଏକ୍ସପର୍ଟ, ନିମନ୍ତ୍ରିତ ସଦସ୍ୟ ରହିଛନ୍ତି ।
ତେବେ ଏହି ଗଣନାର ରେଜଲ୍ଟ ଆସନ୍ତା ୧୧ କିମ୍ବା ୧୨ ତାରିଖରେ ଘୋଷଣା କରାଯିବ । ଚଳିତ ଥର ପକ୍ଷୀ ସଂଖ୍ୟା ବଢିଛି ନା କମିଛି ତାହା ଅନୁଧ୍ୟାନ ପରେ ହିଁ ଜଣାପଡିବ । ୨୦୨୧ ମସିହାରେ ୯୮ ପ୍ରଜାତିର ୧ଲକ୍ଷ ୨୪ ହଜାର ପକ୍ଷୀ, ୨୦୨୨ ମସିହାରେ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର ପକ୍ଷୀ ଓ ୨୦୨୩ ମସିହାରେ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ପକ୍ଷୀ ଆସିଥିବା ଜଣାପଡିଛି । ତେବେ ଚଳିତ ୨୦୨୪ରେ ଏହି ସଂଖ୍ୟ ବଢିବା ନେଇ ଆକଳନ କରାଯାଉଛି ।