ଭୁବନେଶ୍ୱର : ଆଜିଠୁ ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ । ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ପ୍ରଶିକ୍ଷଣ ପାଇଁ ଦେଇଥିବା ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଦଳ । ଆସନ୍ତା ୧୯ ତାରିଖ ଯାଏ ଦଳ ପକ୍ଷରୁ ସକ୍ରିୟ କର୍ମୀମାନଙ୍କୁ ତାଲିମ ଦେବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏହି ୩୯ ଦିନରେ ଚାରି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ ପ୍ରଦାନ କରାଯିବ ।
ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ବରେ ଏଥିପାଇଁ ଏକ କମିଟି ଗଠନ କରଯାଇଛି । ଏଥିରେ ବହୁ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ମଧ୍ୟ ସାମିଲ କରାଯାଇଛି । ଶଙ୍ଖ ଭବନରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ଅତି କମରେ ୩ରୁ ୪ଜଣ ସକ୍ରିୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ।