କେନ୍ଦୁଝର, ରାଜ୍ୟ ସରକରଙ୍କ ଉପରେ ଦୁର୍ନିତୀ ଓ ଭ୍ରାଷ୍ଟ୍ରାଚର ଆରୋପ ଆଣି ସଦର ବ୍ଲକ ଘେରାଉ କଲା କେନ୍ଦୁଝର ବିଜେପି । ସଦର ବିଧାୟକ ମୋହନଚରଣ ମାଝୀ ଙ୍କ ନେତୃତ୍ଵ ରେ ସଦର ବ୍ଲକ୍ ଘେରାଉ ହୋଇ ଥିଲା ବିଜେପି । ଏହି କାର୍ଯ୍ୟକ୍ରମ ରେ ନଗର ମଣ୍ଡଳ ସଭାପତି ବିଶ୍ଵଜିତ ତ୍ରିପାଠୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା କିରଣ ବାଲା ନାୟକ, କେନ୍ଦୁଝର ଜିଲ୍ଲା ବିଜେପି ଉପସଭାପତି ଗଣେଶ୍ୱର ମହାନ୍ତ, ଗୋପୀ ନାଥ ରାମ, ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହନ୍ତ, ସଦର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ରାମ ଚନ୍ଦ୍ର ସାହୁ ଜିଲ୍ଲା, ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, ଓ ବି ସି ମୋର୍ଚ୍ଚା ସାଧାରଣ ସଂପାଦକ ଧନଞ୍ଜୟ ମହାନ୍ତ,କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ସିଂହ,ମଣ୍ଡଳ ସଭାପତି ବାବୁ ସେଠୀ, ଲମ୍ବୋଧର ମହାନ୍ତ, ଚିନ୍ତାମଣି ମହାନ୍ତ,ସଦର ବ୍ଲକ୍ ର ବିଭିନ୍ନ ପଂଚାୟତ ରୁ ଶତାଧିକ ପୁରୁଷ ମହିଳା ଯୁବକ ଯୁବତୀ ଧୁରୁପଦା ଠାରୁ ଗାନ୍ଧୀ ଛକ ଦେଇ ଶୋଭାଯାତ୍ରା ଆସି ସଦର ବ୍ଲକ୍ ଘେରାଉ କରିବା ସହିତ ରାଜ୍ୟ ସରକାର ବିରୁଦ୍ଧରେ ଗର୍ଜି ଥିଲେ ।

