କେନ୍ଦୁଝର, ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଓଡିଶାର ସମସ୍ତ ଧାନମଣ୍ଡୀ ଖୋଲିବା ପାଇଁ ଘୋଷଣା କରିଥିଲେ। ନଭେମ୍ବର ମାସ ସରିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିଲା ନାହିଁ। ଯଦ୍ଵାରାକି ଚାଷୀ ବାଧ୍ୟହୋଇ ଧାନକୁ ଦଲାଲ ମାନଙ୍କୁ ୧୩ ଶହ ୧୪ ଶହ ଟକାଂ ରେ ବିକ୍ରି କରୁଛନ୍ତି। ଏହାର ପ୍ରତିବାଦରେ ନଭେମ୍ବର ୨୯ ତାରିଖ ଦିନ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ୫୮ ଟି ସବ୍ଡ଼ିଭିଜନ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହିତ ଓଡିଶା ର ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବିପତ୍ର ପ୍ରଦାନ କରୁଛି। ଆଜି ଏହି ଅବସରରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ କେନ୍ଦୁଝର ଉପ-ଜିଲ୍ଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଧାନମଣ୍ଡୀ ଖୋଲନ୍ତୁ, ଧାନମଣ୍ଡୀ କୁ ସପ୍ତାହରେ ୭ଦିନ ଖୋଲାଯାଉ, ଧାନମଣ୍ଡୀ ରେ କୁଇଣ୍ଟାଲ ପ୍ରତି ୫ କିଲୋ ୧୦ କିଲୋ କଟନି ଛଟନି ବନ୍ଦ କରାଯାଉ, ଧାନମଣ୍ଡୀ ରେ ମିଲର ମାନଙ୍କର ଦାଦାଗିରି ବନ୍ଦ କରାଯିବା ସହିତ ମିଲର ମାନଙ୍କ ର ପ୍ରବେଶକୁ ବନ୍ଦ କରାଯାଉ ଓ ଧାନ କିଣା କାରବାରରେ ଟୋକନ ବ୍ୟବସ୍ଥା କୁ ଉଛେଦ କରାଯାଉ ଏହି ସବୁ ଦାବିକୁ ନେଇ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆନ୍ଦୋଳନ କରାଯାଇଛି। ରାଜ୍ୟ ସରକାର ଯଥାଶୀଘ୍ର ଉକ୍ତ ଦାବି ଗୁଡିକୁ ପୁରଣ କରନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଯଦି ରାଜ୍ୟ ସରକାର ଉକ୍ତ ଦାବିଗୁଡିକୁ ପୂରଣ ନକରନ୍ତି ତାହାହଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ଓଡିଶା ର ସମସ୍ତ ଗ୍ରାମ ମାନଙ୍କରେ କୃଷକ ପଞ୍ଚାୟତ କରାଯାଇ ନବୀନ ପଟ୍ଟନାୟକ ସରକାରର ଚାଷୀ ମାରଣ ନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବ। ତତସହିତ ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଦେଶର ଚାଷୀ ମାନଙ୍କ ଆୟ କୁ ଦୁଇ ଗୁଣା କରିବା ପାଇଁ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଉପରେ ଚାଷୀ ମାନଙ୍କୁ ଅବଗତ କରାଇବ। ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣକାରୀ ଯୋଜନା କୁ ଓଡ଼ିଶା ସରକାର ହରିଲୁଟ କରି ଚାଷୀଙ୍କର ହକରୁ ବଂଚିତ କରୁଛନ୍ତି ବୋଲି ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ତାଙ୍କର ଭାଷଣରେ କହିଥିଲେ। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ସିଂ, ଜିଲ୍ଲା କୋଷାଧ୍ୟକ୍ଷ ହରିହର ମହାନ୍ତ , ଘଷିପୁରା ପ୍ରଭାରୀ ସୁବ୍ରତ ମହାନ୍ତି, ବରିଷ୍ଠ ବିଜେପି ନେତ୍ରୀ କିରଣ ବାଳା ନାଏକଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗ ଦେଇଥିଲେ ।
November 29, 2023
0 Comment
186 Views
ଧାନମଣ୍ଡି ଅବ୍ୟବସ୍ଥା ନେଇ ପ୍ରତିବାଦ କଲା ବିଜେପି କୃଷକ ମୋର୍ଚ୍ଚା ମୋର୍ଚ୍ଚା
କେନ୍ଦୁଝର, ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଓଡିଶାର ସମସ୍ତ ଧାନମଣ୍ଡୀ ଖୋଲିବା ପାଇଁ ଘୋଷଣା କରିଥିଲେ। ନଭେମ୍ବର ମାସ ସରିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିଲା ନାହିଁ। ଯଦ୍ଵାରାକି ଚାଷୀ ବାଧ୍ୟହୋଇ ଧାନକୁ ଦଲାଲ ମାନଙ୍କୁ ୧୩ ଶହ ୧୪ ଶହ ଟକାଂ ରେ ବିକ୍ରି କରୁଛନ୍ତି। ଏହାର ପ୍ରତିବାଦରେ ନଭେମ୍ବର ୨୯ ତାରିଖ ଦିନ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ୫୮ ଟି ସବ୍ଡ଼ିଭିଜନ ରେ ଉପଜିଲ୍ଲାପାଳଙ୍କ... Read More