ନବରଙ୍ଗପୁର, (ସରୋଜ କୁମାର ବେହେରା): ଆଜି ଦୁଇ ଦିନିଆ ନବରଙ୍ଗପୁର ଗସ୍ତ ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ଅପଵ୍ୟୟର ଶ୍ୱେତ ପତ୍ର ଜାରି କରିବା ପାଇଁ ଦାବି କରିଛନ୍ତି।ନବରଙ୍ଗପୁରରେ ଜିଲା ବିଜେପି ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ସଭାପତିତ୍ୱ କରି ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ସଭାପତି ମନମୋହନ ସାମଲ ଏଥର ଓଡ଼ିଶାରେ ବିଜେପି ସରକାର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଲମ୍ବା ସଂଘର୍ଷ ଯାତ୍ରାରେ କଠିନ ପରିଶ୍ରମ ,କାର୍ଯ୍ୟକର୍ତ୍ତ।ଙ୍କର ବହୁ ନିର୍ଯ୍ୟାତନାର ଶିକାର ହୋଇଛୁ । ଏବେ ଦୁଇ ନମ୍ବରରେ ଅଛୁ । ଲୋକ ଏହି ବିଜେଡି ସରକାରର ହାବଭାବ ଜାଣିଲେଣି । ମୁଖ୍ୟମନ୍ତ୍ରୀ ,ମନ୍ତ୍ରୀ ଏବେ ଅଦୃଶ୍ୟ, ମନ୍ତ୍ରୀ ଅସହାୟ , ସରକାରୀ ଫାଇଲ ଆସୁନି। ମୁଖ୍ୟମନ୍ତ୍ରୀ ୧୫ ବର୍ଷ ହେଲା ମନ୍ତ୍ରୀ ଙ୍କୁ ଭେଟୁନାହାନ୍ତି।ଲୋକଙ୍କର କୌଣସି କାମ ହେଉନି ।ପ୍ରଧାନମନ୍ତ୍ରୀ ଦୈନିକ ହଜାର ଲୋକଙ୍କୁ ଭେଟୁଛନ୍ତି । ରାଜ୍ୟରେ ଲିଜରେ ଚାଲିଛି । ଏବେ ସବୁ ଜିଲାକୁ ବୁଲି ସଚିବ ଅଭିଯୋଗ ଶୁଣୁଛନ୍ତି । ରାଜ୍ୟରେ ବିଜେପି ସରକାର ହେବ । ତେଣୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତ। ଏବେ ଲୋକଙ୍କର ନିକଟକୁ ଯାଇ ଲୋକଙ୍କର କାମ କରିବାକୁ ପରାମର୍ଶ ଦେଇ କହିଥିଲେ । ରାଜ୍ୟବାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ନବରଙ୍ଗପୁରରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରୁଥୁବା କହିଥିଲେ ।ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ରାଜ୍ୟ ବିଜେଡିର ମୁଖ୍ୟମନ୍ତ୍ରୀ,ସାଂସଦ ଓ ବିଧାୟକ ଲୋକ ଙ୍କର ନିକଟରେ ନାହାନ୍ତି । ଓଡ଼ିଶାରେ ଏବେ ଲିଜ ସରକାର ଚାଲିଛି ବୋଲି କହିଥିଲେ । ଅପରପକ୍ଷରେ କେନ୍ଦ୍ର ସରକାର ବହୁ ଯୋଜନାରେ ଭରପୁର ସହଯୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଲୋକଙ୍କୁ ଦିଆ ଯାଉନି ।ପିଇବାପାଣି,ବିଜୁଳି ଯୋଗାଣ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନି । ଏହି ଜିଲାରେ ଗରିବ ଲୋକଙ୍କର କୌଣସି ଉନ୍ନତି ହେଉନଥିବାବେ ବିଜେଡି ନେତା ଉନ୍ନତି କରୁଛନ୍ତି।ରାଜ୍ୟରେ ବିଜେପି ସରକାର ଆସିଲେ ଏହି ସରକାର ଦୁର୍ନୀତିର ହିସାବ ନିଆଯିବ ବୋଲି କହିଥିଲେ ।ମହିଳାଙ୍କୁ ଅତ୍ୟାଚାର କରାଯାଉଛି ।ରାଜ୍ୟରେ ବଳତ୍କାର ,ହତ୍ୟା ବଢୁଛି । ରେଳ ପାଇଁ ଜମି ଅଧିଗ୍ରହଣ ରାଜ୍ୟସରକାର କରି ନାହାନ୍ତି । ଏହି ଜିଲାର ବିଜେଡି ସାଂସଦ ଓ ବିଧାୟକ ଏହି ଅଞ୍ଚଳ ସମସ୍ୟା ନେଇ କୌଣସି ପଦକ୍ଷେପ ନେଉ ନଥିବା କହିଥିଲେ।ପୂର୍ବତନ ସାଂସଦ ଇଂ. ବଳଭଦ୍ର ମାଝୀ କେନ୍ଦ୍ର ସରକାରଙ୍କର ବହୁ ଜନହିତ କୋରଯୋଜନା,ଜଳସେଚନ ଯୋଜନାରେ କେନ୍ଦ୍ର ଅନୁମୋଦନ କରିଥିଲେ ମଧ୍ୟ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି।ରାଜ୍ୟ ସରକାର ରେ ସମସ୍ତ ଅଟିଷ୍ଠ ହୋଇଛନ୍ତି । ସରକାରୀ କର୍ମଚାରୀ,ବିଭିନ୍ନ ଅନୁଷ୍ଠାନ ରେ ଅସନ୍ତୋଷ ବଢ଼ୁଥିବାବେଳେ ବିଜେଡି ନେତା ମଧ୍ୟ ଅସହ୍ୟରେ ଅଛନ୍ତି ବୋଲି କହିଥିଲେ ।ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ସରକାରଙ୍କର ବିଫଳତା ସମ୍ପର୍କରେ କହିଥିଲେ।ଶିକ୍ଷା ସ୍ୱାସ୍ଥ୍ୟ ଗମନଗମନରେ ବିଫଳ ହୋଇଛି । ୫ ଟି ଯୋଜନା ପ୍ରହସନ ହୋଇଛି । ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ସାହୁ ରାଜ୍ୟସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଥିବା କହିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ କେନ୍ଦ୍ର ସରକାରଙ୍କର ବହୁ ଜନହିତକର ଯୋଜିନ ସମ୍ପର୍କରେ କହିଥିଲେ । ରାଜ୍ୟ ସମ୍ପାଦକ ପୂର୍ଣ୍ଣିମା ନାୟକ, ନବରଙ୍ଗପୁର ନଗରପାଳ କୁନୁ ନାୟକ , ପୂର୍ବତନ ଜିଲା ସଭାପତି ଝାଡେଶ୍ୱର ଖଡଙ୍ଗା, ଗୋବିନ୍ଦ ଜୈନ, କୁଞ୍ଜ ଦାସ, ମିନିଜର ଆର୍ଯ୍ୟ,ମୃତ୍ୟୁଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଜିଲା ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ଏକ ବିରାଟ ବାଇକ ଶୋଭାଯାତ୍ରା ଚାଉରିଆଗୁଡ଼ାରୁ ଆରମ୍ଭ ହୋଇ ନବରଙ୍ଗପୁର ସହର ପରିକ୍ରମା କରିଥିଲା । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ବହୁ କର୍ଯ୍ୟକର୍ତ୍ତ। ଯୋଗ ଦେଇଥିଲେ।ଏହି ଅବସରରେ ଶତାଧିକ ଲୋକ ବିଜେପିରେ ଯୋଗଦେଇଥିଲେ । ଜିଲା ମହିଳା ମୋର୍ଚ୍ଚା ସଭସନେତ୍ରୀ ଶର୍ମିଷ୍ଠା ଦେଓ ଧନ୍ୟବାଦ ଦେଇଥିଲେ ।
September 17, 2023
0 Comment
192 Views
ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ଅପବୟର ଶ୍ୱେତପତ୍ର ଦାବି କଲେ ମନମୋହନ
ନବରଙ୍ଗପୁର, (ସରୋଜ କୁମାର ବେହେରା): ଆଜି ଦୁଇ ଦିନିଆ ନବରଙ୍ଗପୁର ଗସ୍ତ ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ଅପଵ୍ୟୟର ଶ୍ୱେତ ପତ୍ର ଜାରି କରିବା ପାଇଁ ଦାବି କରିଛନ୍ତି।ନବରଙ୍ଗପୁରରେ ଜିଲା ବିଜେପି ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ସଭାପତିତ୍ୱ କରି ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ସଭାପତି ମନମୋହନ ସାମଲ ଏଥର ଓଡ଼ିଶାରେ... Read More