କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପାଟଣା ପଞ୍ଚାୟତ ସମିତି ପକ୍ଷରୁ ୨୫ ଟି ପ୍ରୋଜେକ୍ଟର ଟେଣ୍ଡର ଘୋଷଣା ହେଉଥିବା ସମୟରେ ବିଜେପି ନେତାମାନଙ୍କ ଦ୍ବାରା ଏହାକୁ ବିରୋଧ କରାଯାଇଛି । ଅଫ ଲାଇନ୍ ଟେଣ୍ଡରକୁ ବିରୋଧ କରି ବିଜେପି ନେତା ସବୀର୍ ଦାଶ ସିଧା ସଳଖ ଭାବେ ଟେଣ୍ଡର ପ୍ରକ୍ରିୟାକରଣରେ ସ୍ଵଚ୍ଛତାକୁ ନେଇ ବିଡ଼ିଓ ଶିବପ୍ରସାଦ ମୂର୍ମୁଙ୍କୁ ପ୍ରଶ୍ନ କରିଥିଲେ। ଗତ ଅଗଷ୍ଟ ୨୩ ରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ପାଟଣା ପକ୍ଷରୁ ୨୫ ଗୋଟି ଟେଣ୍ଡର କୁ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଟେଣ୍ଡର ପକାଇବାର ଶେଷ ତାରିଖ ସେପ୍ଟେମ୍ୱର ୭ ଥିଲା। ୮ ସେପ୍ଟେମ୍ୱର ରେ ଟେଣ୍ଡର ଘୋଷଣା ହେବାର ଥିଲା। ବିଜ୍ଞପ୍ତି ରେ ଟେଣ୍ଡର ପ୍ରକ୍ରିୟା ଅଫ୍ ଲାଇନ୍ ମାଧ୍ୟମରେ ରେଜିଷ୍ଟରଡ୍ ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ଦ୍ବାରା ପ୍ରଦାନ କରିବାରୁ ଅନୁମତି ଦିଆ ଯାଇଥିଲା। ପରେ ଟେଣ୍ଡର ପକାଇବାର ଶେଷ ତାରିଖକୁ ସେପ୍ଟେମ୍ୱର ୧୧ ଯାଏ ବିନା କୌଣସି ସରକାରୀ ବିଜ୍ଞପ୍ତି କିମ୍ବା ନିର୍ଦ୍ଦେଶନାମାରେ ପାଟଣା ବିଡ଼ିଓ ଘୁଞ୍ଚାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ଶ୍ରୀ ସବୀର ଦାଶ। ଟେଣ୍ଡର ବାକ୍ସରେ ସରକାରୀ ସିଲ ହୋଇ ନଥିବା ସହ କେବଳ ପିଭିସି ଟେପ୍ ରେ ଚାବିକୁ ଘୋଡାଇ ଦିଆ ଯାଇଥିବା ଦେଖି ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସବୀର ଦାଶ ବିଡ଼ିଓ ଙ୍କ ସମ୍ମୁଖକୁ ଯାଇ ଅନିୟମିତତା ସମ୍ପର୍କରେ ଅଭିଯୋଗ ଆଣିଥିଲେ। ଯଦି ଟେଣ୍ଡର ଫିକ୍ସିଂ ଅଭିଯୋଗକୁ ଗ୍ରହଣ କରି ପୁର୍ନବାର ଅନ୍ ଲାଇନ୍ ମାଧ୍ୟମରେ ଟେଣ୍ଡର ନ ହୁଏ, ତେବେ ବିଜେପି ପାଟଣା ବିଡ଼ିଓଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବ ବୋଲି ଉପସ୍ଥିତ ପାଟଣା ମଣ୍ଡଳ ବିଜେପି ସଭାପତି ରମେଶ ଚନ୍ଦ୍ର ମହାନ୍ତ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ପକ୍ଷରୁ ବିକାଶ ପୃଷ୍ଟି, ମଧୁସୂଦନ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ପାଟଣା ଯୁବମୋର୍ଚ୍ଚା ସଭାପତି ନୀତେଶ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
September 13, 2023
0 Comment
250 Views
ଅଫ ଲାଇନ୍ ଟେଣ୍ଡରକୁ ବିରୋଧ କଲା ପାଟଣା ବିଜେପି
କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପାଟଣା ପଞ୍ଚାୟତ ସମିତି ପକ୍ଷରୁ ୨୫ ଟି ପ୍ରୋଜେକ୍ଟର ଟେଣ୍ଡର ଘୋଷଣା ହେଉଥିବା ସମୟରେ ବିଜେପି ନେତାମାନଙ୍କ ଦ୍ବାରା ଏହାକୁ ବିରୋଧ କରାଯାଇଛି । ଅଫ ଲାଇନ୍ ଟେଣ୍ଡରକୁ ବିରୋଧ କରି ବିଜେପି ନେତା ସବୀର୍ ଦାଶ ସିଧା ସଳଖ ଭାବେ ଟେଣ୍ଡର ପ୍ରକ୍ରିୟାକରଣରେ ସ୍ଵଚ୍ଛତାକୁ ନେଇ ବିଡ଼ିଓ ଶିବପ୍ରସାଦ ମୂର୍ମୁଙ୍କୁ ପ୍ରଶ୍ନ କରିଥିଲେ। ଗତ ଅଗଷ୍ଟ ୨୩ ରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ପାଟଣା ପକ୍ଷରୁ ୨୫... Read More