ଭଦ୍ରକ : ଭାଙ୍ଗିଲା ଉପ-ନିର୍ବାଚନ ବିଜୟ ଧାରା । ଧାମନଗର ବିଧାନସଭା ଆସନ ବଜାୟ ରଖିଛି ବିଜେପି । ବାପାଙ୍କର ବିଜୟ ଧାରାକୁ ବଜାୟ ରଖି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଉପନିର୍ବାଚନରେ ବାଜି ମାରିଛନ୍ତି । ସୂରଜ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ୯,୮୮୧ ଭୋଟରେ ହରାଇଛନ୍ତି । ଏଥିସହିତ ବିଜେଡିର ଉପନିର୍ବାଚନ ବିଜୟ ଧାରାରେ ରୋକ ଲଗାଇଛନ୍ତି । ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮,୧୫୩ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩,୫୬୧ ଭୋଟ ପାଇଛନ୍ତି ।
ସୂରଜ ସୂର୍ଯ୍ୟବଂଶୀ ୮୦ ହଜାର ୩୫୧ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦ ହଜାର ୪୭୦ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କୁ ୩ ହଜାର ୫୬୧ ଭୋଟ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୮ ହଜାର ୧୫୩ ଖଣ୍ଡ ଭୋଟ ମିଳିଛି । ସେହିପରି ନୋଟାରେ ୬୫୦ ଖଣ୍ଡ ଭୋଟ ପଡିଛି । ସୂରଜ ସୂର୍ଯ୍ୟବଂଶୀଙ୍କ ପିତା ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା।
ଖାସ୍ କଥାଟି ହେଲା, ସୂର୍ଯ୍ୟବଂଶୀ ସୂରଜ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ଭଦ୍ରକ ସରସ୍ୱତୀ ଶିଶୁ ମନ୍ଦିରରୁ ମାଟ୍ରିକ ପାସ କରିଥିବା ସୂରଜ ଭୁବେଶ୍ୱରର ଏକ ଘରୋଇ କଲେଜରେ ବିଟେକ ପଢ଼ିଥିଲେ । ପରେ ଭଦ୍ରକ ଲ’ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଧାମରାର ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ମଧ୍ୟ ଥିଲେ । କିନ୍ତୁ ବାପା ବିଷ୍ଣୁ ସେଠୀଙ୍କ ସହ କାମ କରିବାକୁ ଧାମନଗର ଫେରିଥିଲେ ।
November 6, 2022
0 Comment
257 Views
ଧାମନଗର ଉପନିର୍ବାଚନରେ ବିଜେପିର ବାଜିମାତ
ଭଦ୍ରକ : ଭାଙ୍ଗିଲା ଉପ-ନିର୍ବାଚନ ବିଜୟ ଧାରା । ଧାମନଗର ବିଧାନସଭା ଆସନ ବଜାୟ ରଖିଛି ବିଜେପି । ବାପାଙ୍କର ବିଜୟ ଧାରାକୁ ବଜାୟ ରଖି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଉପନିର୍ବାଚନରେ ବାଜି ମାରିଛନ୍ତି । ସୂରଜ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ୯,୮୮୧ ଭୋଟରେ ହରାଇଛନ୍ତି । ଏଥିସହିତ ବିଜେଡିର ଉପନିର୍ବାଚନ ବିଜୟ ଧାରାରେ ରୋକ ଲଗାଇଛନ୍ତି । ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮,୧୫୩ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ... Read More