କେନ୍ଦୁଝର, ପ୍ରତିବର୍ଷ ପରି ଚଳିତ ବର୍ଷ ଜୁନ ୧୪ ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି କେନ୍ଦୁଝର ଆନୁକୂଲ୍ୟ ରେ ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇ ଯାଇଛି । କେନ୍ଦୁଝର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ରେଡକ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମାବେଶ ରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ କିଶୋର କୁମାର ପୃଷ୍ଟି ମୁଖ୍ୟ ଅତିଥି ,ଜିଲ୍ଲା ଜରୁରୀକାଳିନ ଅଧିକାରିଣୀ ଶ୍ରୀମତୀ ସୁରଞ୍ଜିକା ବେହେରା ସମ୍ମାନିତ ଅତିଥି ,ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ କ୍ଷୀରୋଦ ଚନ୍ଦ୍ର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରକ୍ତଦାନ ର ମହନିୟତା ସମ୍ପର୍କରେ ବିସ୍ତୃତ ବ୍ୟାଖ୍ୟା କରିବା ସହିତ ରକ୍ତ ବର୍ଗୀକରଣ ର ଜନକ ଡ଼ଃ କାର୍ଲ ଲାଣ୍ଡଷ୍ଟେନର ଙ୍କ ମହାନ ଆବିଷ୍କାର ସମ୍ପର୍କରେ ଆଲୋକପାତ କରିଥିଲେ । ଏପିଡ଼ିଓ ପୀତବାସ ମିଶ୍ର ସ୍ବାଗତ ସମ୍ଭାଷଣ ପ୍ରଦାନ କରି ଯୁବସମାଜ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ । ଯୁବରକ୍ତଦାତା ସମାଜସେବୀ ଅଂଶୁମାନ ଚକ୍ରବର୍ତୀ,ଆକାଶ ରାଜ ,ଲମ୍ବୋଧର ମହାନ୍ତ ସେମାନଙ୍କର ଅଭିଜ୍ଞତା ବର୍ଣନା କରିଥିଲେ । ଏକ ସଚେତନତା ସାଇକେଲ ଶୋଭାଯାତ୍ରା କୁ ମୁଖ୍ୟ ଅତିଥି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସତ୍ୟଜିତ ସାମନ୍ତରାୟ ଏବଂ ଅନେକ ରକ୍ତଦାତା ଜିଲ୍ଲା ରକ୍ତ କେନ୍ଦ୍ର ରେ ରକ୍ତଦାନ କରିଥିଲେ ।
June 14, 2023
0 Comment
216 Views
କେନ୍ଦୁଝର ରେ ବିଶ୍ବ ରକ୍ତଦାତା ଦିବସ ଅନୁଷ୍ଠିତ
କେନ୍ଦୁଝର, ପ୍ରତିବର୍ଷ ପରି ଚଳିତ ବର୍ଷ ଜୁନ ୧୪ ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି କେନ୍ଦୁଝର ଆନୁକୂଲ୍ୟ ରେ ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇ ଯାଇଛି । କେନ୍ଦୁଝର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ରେଡକ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମାବେଶ ରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ କିଶୋର କୁମାର ପୃଷ୍ଟି ମୁଖ୍ୟ ଅତିଥି ,ଜିଲ୍ଲା ଜରୁରୀକାଳିନ ଅଧିକାରିଣୀ... Read More