କେନ୍ଦୁଝର, ଭାରତୀୟ ମଜଦୁର ସଂଘ ର ଦୁଇଦିନିଆ ସପ୍ତଦଶ ତ୍ରୟବାର୍ଷିକ ଅଧିବେଶନ କେନ୍ଦୁଝରର ଅଡିଟରିଅମ ଠାରେ ଉଦଯାପିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ଅଧିବେଶନ ରେ ନେତୃତ୍ୱ ମଣ୍ଡଳୀ ଦୁଇଦିନ ଧରି ଉପସ୍ଥିତ ରହି ପ୍ରଶିକ୍ଷଣ ତଥା ଆଗାମୀ ଦିନରେ ଓଡିଶା ପ୍ରଦେଶ ରେ ଭାରତୀୟ ମଜଦୁର ସଂଘ ରକାର୍ଯ୍ୟ ପନ୍ଥା ଉପରେ ବିଶେଷ ଆଲୋଚନା ହୋଇଥିଲା। ସଂଗଠନ ର କେନ୍ଦୁଝର ଜିଲ୍ଲା ର ଜିଲ୍ଲା ସଭାପତି ନିହାରରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ବେଳେ ସପ୍ତଦଶ ତ୍ରୟବାର୍ଷିକ ଅଧିବେଶନ ରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି ସାଧୁବାଦ ଜଣାଇଥିଲେ। ଅଧିବେଶନ ର ଶେଷରେ ରେ ଭାରତୀୟ ମଜଦୁର ସଂଘ ର ରାଷ୍ଟ୍ରୀୟ ସଭାପତି ହିରଣ୍ମୟ ପାଣ୍ଡା ଙ୍କ ଉପସ୍ଥିତି ରେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଗିରଶ ଚନ୍ଦ୍ର ମହାନ୍ତ ରାଜ୍ୟ ସଂଗଠନ ର ନୂତନ ଭାବେ ଦାୟିତ୍ୱ ପାଇଥିବା ଟିମ ଘୋଷଣା କରିଥିଲେ। ନୂତନ ରାଜ୍ୟ ସଭାପତି ଭାବେ ବାଦଲ କୁମାର ମହାରଣା, ଉପସଭାପତି ଶାନ୍ତନୁ ମହାପାତ୍ର, ସୁନିତା ମହାପାତ୍ର, ଡାକ୍ତର ମହାନ୍ତ, ଯୋଗେଶ୍ୱର ଦାସ, ଆଲୋକ କୁମାର ରଥ ଥିବାବେଳେ ସାଧାରଣ ସମ୍ପାଦକ ଭାବେ ପୃଥ୍ୱୀରାଜ ପଣ୍ଡା, ଡେପୁଟି ଜେନେରାଲ ସେକ୍ରେଟାରୀ ସଚ୍ଚିଦାଆନନ୍ଦ ଗଡ଼ନାୟକ, ସମ୍ପାଦକ ଭାବେ ହିମାଂଶୁ ବଳ,ସତ୍ୟରଞ୍ଜନ ପରିଡା,ରଞ୍ଜନ ଦାସ,କାମଳା ବେହେରା, ବିଶ୍ୱରଂଜନ ସାହା, କୋଷାଧକ୍ଷ ଭାବେ ସଞ୍ଜୟ ଦେହୁରୀ, କାର୍ଯ୍ୟାଳୟ ସମ୍ପାଦକ କିଶୋର କର, ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ ତଥା କାର୍ଯ୍ୟକାରୀ ସଦସ୍ୟ ମାଙ୍କ ନାମ ଘୋଷଣା କରାଯାଇଥିଲା। ଏହି ନୂତନ ଟିମ ୨୦୨୪ ରୁ ୨୦୨୭ ଯାଏ କାର୍ଯ୍ୟ କରିବେ ବୋଲି କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଗିରଶ ଚନ୍ଦ୍ର ମହାନ୍ତ କହିଥିଲେ ।
December 31, 2023
0 Comment
136 Views
ଭାରତୀୟ ମଜଦୁର ସଂଘ ର ସପ୍ତଦଶ ତ୍ରୟବାର୍ଷିକ ଅଧିବେଶନ ଉଦଯାପିତ
କେନ୍ଦୁଝର, ଭାରତୀୟ ମଜଦୁର ସଂଘ ର ଦୁଇଦିନିଆ ସପ୍ତଦଶ ତ୍ରୟବାର୍ଷିକ ଅଧିବେଶନ କେନ୍ଦୁଝରର ଅଡିଟରିଅମ ଠାରେ ଉଦଯାପିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ଅଧିବେଶନ ରେ ନେତୃତ୍ୱ ମଣ୍ଡଳୀ ଦୁଇଦିନ ଧରି ଉପସ୍ଥିତ ରହି ପ୍ରଶିକ୍ଷଣ ତଥା ଆଗାମୀ ଦିନରେ ଓଡିଶା ପ୍ରଦେଶ ରେ ଭାରତୀୟ ମଜଦୁର ସଂଘ ରକାର୍ଯ୍ୟ ପନ୍ଥା ଉପରେ ବିଶେଷ ଆଲୋଚନା ହୋଇଥିଲା। ସଂଗଠନ ର କେନ୍ଦୁଝର ଜିଲ୍ଲା ର ଜିଲ୍ଲା ସଭାପତି ନିହାରରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା... Read More