ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲା ବ୍ଲକ ଜାମପଦର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ଗ୍ରାମର ବିକାଶ ସାଗରଙ୍କ ପୁଅ ଭାବଗ୍ରାହୀ ସାଗର (୯) ଏବଂ ଝିଅ ସାଗର (୬)ଙ୍କ ମୃତ୍ୟୁ ଘଟିଛି। ଉଭୟ ଶିଶୁ ରାତିରେ ବାପା ମାଆଙ୍କ ସହ ଖାଇପିଇ ଶୋଇଥିଲେ। ସକାଳୁ ଦୁଇ ଶିଶୁ ଅଚେତ ଅବସ୍ଥାରେ ଥିଲେ। ଉଭୟଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ତେବେ ଶିଶୁ କନ୍ୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶିଶୁ ପୁତ୍ରଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ନେବା ବେଳେ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ। ଘର ଭିତରୁ ସାପ ବାହାରିବାରୁ ସାପ କାମୁଡାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

July 25, 2024
0 Comment
76 Views
ସାପ କାମୁଡାରେ ଭାଇ ଭଉଣୀ ମୃତ
by Editor
ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲା ବ୍ଲକ ଜାମପଦର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ଗ୍ରାମର ବିକାଶ ସାଗରଙ୍କ ପୁଅ ଭାବଗ୍ରାହୀ ସାଗର (୯) ଏବଂ ଝିଅ ସାଗର (୬)ଙ୍କ ମୃତ୍ୟୁ ଘଟିଛି। ଉଭୟ ଶିଶୁ ରାତିରେ ବାପା ମାଆଙ୍କ ସହ ଖାଇପିଇ ଶୋଇଥିଲେ। ସକାଳୁ ଦୁଇ ଶିଶୁ ଅଚେତ ଅବସ୍ଥାରେ ଥିଲେ। ଉଭୟଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ତେବେ ଶିଶୁ କନ୍ୟାଙ୍କୁ ଡାକ୍ତର... Read More