0 Comment
ନୂଆଦିଲ୍ଲୀ : ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶରେ ଏକ ସାମରିକ ମୁଖ୍ୟାଳୟ ଉପରେ ସୁରକ୍ଷା ବାହିନୀ ଆକ୍ରମଣକୁ ପ୍ରତିହତ କରିବାରୁ ୪ ଜଣ ଆତ୍ମଘାତୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ସେନା ପକ୍ଷରୁ ଜାରି ବିବୃତି ଅନୁଯାୟୀ, ମହମ୍ମଦ ଜିଲ୍ଲାରେ ୪ ଜଣ ଆତଙ୍କବାଦୀ ପାରାମିଲିଟାରି ଫ୍ରଣ୍ଟିୟର କର୍ପସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ।