0 Comment
ପୁରୀ : ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହେଉଛି। ମଙ୍ଗଳବାର ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରିଥିଲେ। ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ବେଢା ପରିକ୍ରମା କରି ଲୋକନାଥ ରୋଡସ୍ଥିତ ଲବଣିଖିଆ ମଣ୍ଡପକୁ ବିଜେ କରିବେ। ସେଠାରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ... Read More