ନୂଆଦିଲ୍ଲୀ : ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ହଜାରୀବାଗସ୍ଥିତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଟ୍ରଙ୍କରୁ ନିଟ୍-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଚୋରି ଅଭିଯୋଗରେ ଝାଡ଼ଖଣ୍ଡର ବୋକାରୋନିବାସୀ ଜଣେ ଅଭିଯୁକ୍ତଙ୍କୁ ପାଟନାରୁ ଗିରଫ କରାଯାଇଛି। ହଜାରୀବାଗରୁ ଗିରଫ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ପ୍ରଶ୍ନପତ୍ର ଚୋରିରେ ସହଯୋଗ କରିଥିବା ଅଭିଯୋଗ ହୋଇଛି।
ଝାଡଖଣ୍ଡର ହଜାରୀବାଗସ୍ଥିତ ଏକ ସ୍କୁଲର ପ୍ରଧାନ ଶିକ୍ଷକ ଓ ଉପାଧ୍ୟକ୍ଷଙ୍କ ସମେତ ଏହି ମାମଲାରେ ସମ୍ପୃକ୍ତ ମୋଟ ୧୪ ଜଣ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଛି। ସିବିଆଇ ଏବଂ ବିଭିନ୍ନ ରାଜ୍ୟ ପୁଲିସ ବାହିନୀ ନିଟ୍ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ କରୁଛନ୍ତି।