କେନ୍ଦୁଝର, ପ୍ରେମ ବିବାହ କରି ସ୍ତ୍ରୀ ଘରେ ରହି ଆସୁଥିବା ଯୁବକଙ୍କ ମୃତଦେହ ଘର ଭିତରୁ ଉଦ୍ଧାର। ମୁଣ୍ଡରେ କ୍ଷତ ଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହର। ହତ୍ୟା ଅଭିଯୋଗ ଆଣିଲେ ମୃତକ ଯୁବକଙ୍କ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଚମ୍ପୁଆ ଥାନା କାଳିକା ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ଘଟିଛି। ସୂଚନାଯୋଗ୍ୟ ଯେ, ଚମ୍ପୁଆ ବ୍ଲକ ସାନନଈ ଗ୍ରାମର ଦେବବ୍ରତ ପ୍ରଧାନ କାଳିକା ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ଝରଣା ମୁଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ । ଦୀର୍ଘ ୬ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ଭାବରେ ଝରଣାଙ୍କ ଘରେ ରହିଆସୁଥିଲେ ଦୁହେଁ । ତାଙ୍କର ଗୋଟିଏ ୫ ବର୍ଷର ପୁଅ ରହିଛି। ମଙ୍ଗଳାବର ସକାଳୁ ଝରଣା ହଠାତ ସାନନଈ ଗ୍ରାମରେ ଥିବା ଦେବବ୍ରତଙ୍କ ପରିବାର ଲୋକଙ୍କୁ ଦେବବ୍ରତ ମରିଯାଇଥିବା ସୂଚନା ଦେଇଥିଲେ । ଖବର ପାଇ ଦେବବ୍ରତଙ୍କ ଘର ଲୋକ କୃଷ୍ଣପୁର ଗ୍ରାମରେ ପହଞ୍ଚି ଦେବବ୍ରତ ଘର ଭିତରେ ମରିପଡିଥିବା ଦେଖି ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ଦେବବ୍ରତର ମୁଣ୍ଡରେ କ୍ଷତ ଚିହ୍ନ ଥିବା ଯୋଗୁ ତାକୁ ହତ୍ୟା କରାଯାଇଥିବା ନେଇ ମୃତକ ଦେବବ୍ରତର ପିତା ଚମ୍ପୁଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ପରେ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଏହି ଘଟଣା ପତ୍ନୀ ଝରଣାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ। ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
July 11, 2023
0 Comment
173 Views
ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
କେନ୍ଦୁଝର, ପ୍ରେମ ବିବାହ କରି ସ୍ତ୍ରୀ ଘରେ ରହି ଆସୁଥିବା ଯୁବକଙ୍କ ମୃତଦେହ ଘର ଭିତରୁ ଉଦ୍ଧାର। ମୁଣ୍ଡରେ କ୍ଷତ ଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହର। ହତ୍ୟା ଅଭିଯୋଗ ଆଣିଲେ ମୃତକ ଯୁବକଙ୍କ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଚମ୍ପୁଆ ଥାନା କାଳିକା ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ଘଟିଛି। ସୂଚନାଯୋଗ୍ୟ ଯେ, ଚମ୍ପୁଆ ବ୍ଲକ ସାନନଈ ଗ୍ରାମର ଦେବବ୍ରତ ପ୍ରଧାନ କାଳିକା ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ଝରଣା ମୁଣ୍ଡାଙ୍କୁ... Read More