କେନ୍ଦୁଝର, ଜୁଙ୍ଗା ଗ୍ରାମ ପଞ୍ଚୟାତ ଶିଶୁ ଅଧିକାର ସୁରକ୍ଷା ସମିତି ଏବଂ କେନ୍ଦୁଝର ଜିଲ୍ଲାର କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆସ୍ପାୟାର ର ମିଳିତ ଆନୁକୁଲ୍ୟରେ ଜୁଙ୍ଗା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଜୁଙ୍ଗା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ହେମଲତା ମାଝି ଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ସହକାରୀ ଜିଲ୍ଲା ଶ୍ରମ ଅଧିକାରିନୀ କେନ୍ଦୁଝର ଶ୍ରୀମତୀ ସୁଚିସ୍ମିତା ପାଣିଗ୍ରାହୀ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ତରୁଣ କୁମାର କାଣ୍ଡେୟାନ୍ ଜେନରେଲ ମ୍ଯାନେଜର ଓଏମସି ଜିଓଲୋଜି ବିଭାଗ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରୁଦ୍ରସେନ ଜିତ ଅବସରପ୍ରାପ୍ତ ବାଣିଜ୍ୟକର ଅଧିକାରୀ, ଶ୍ରୀମତୀ ଦେବଶ୍ମୀତା ବାରିକ ସମିତି ସଭ୍ୟା ଜୁଙ୍ଗା, ପୂର୍ଣଚନ୍ଦ୍ର ବେହେରା ପ୍ରଧାନ ଶିକ୍ଷକ ଦଣ୍ଡସେନାପଶି ଉଚ୍ଚ ବିଦ୍ୟାଳୟ, ଗୋପବନ୍ଧୁ ଜିତ ସମାଜସେବୀ, ଶ୍ରୀଯୁକ୍ତ ରାଜନାରାୟଣ ଜେନା ସଂଯୋଜକ ଆମକଳିକା, ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ସମ୍ପାଦକ ଗ୍ରାମ୍ୟ ପୁନଃ ଗଠନ ସଂସ୍ଥା, ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାନ୍ତ ସିଆରସିସି ଓସ୍ତପଙ୍ଗା, ଶ୍ରୀଯୁକ୍ତ ପ୍ରଦୀପ କୁମାର ଭଞ୍ଜ ପ୍ରଧାନ ଶିକ୍ଷକ ଜୁଙ୍ଗା ଗ୍ରାମ ପଞ୍ଚାୟତ ହାଇସ୍କୁଲ ଏବଂ ଉମାକାନ୍ତ ଦାସ ଉପସ୍ତିତ ରହି ଶିଶୁ ସୁରକ୍ଷା , ଶିଶୁ ଅଧିକାର, ଶିଶୁ ଶିକ୍ଷା ଅଧିକାର, ଶିଶୁଶ୍ରମିକ ନିରାକରଣ ଏବଂ ବାଲ୍ୟବିବାହ ନିରାକରଣ ଉପରେ ଆଲୋକପାତ କରିଥିଲେ। ସଭାରେ ଆସ୍ପାୟାର ଏନଜିଓ ର ହରିଚନ୍ଦନପୁର ବ୍ଲକ ସଂଯୋଜକ ଅଶୋକ କୁମାର ସାହୁ ସ୍ଵାଗତ ଅଭିଭାଷଣ ରଖିଥିବା ବେଳେ ସମିତିସଭ୍ୟା ଜୁଙ୍ଗା ଗ୍ରାମ ପଞ୍ଚାୟ କୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିଥିଲେ । ଏହି ସଭାକୁ ଜୁଙ୍ଗା ଗ୍ରାମ ପଞ୍ଚୟାତ ଶିଶୁ ଅଧିକାର ସୁରକ୍ଷା ସମିତି ର ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପଟେଲ ପରିଚାଳନା କରିଥିଲେ । ଏଥିରେ ଗ୍ରାମ ପଞ୍ଚାୟତର ଶିକ୍ଷାବିତ ବୁଦ୍ଧିଜୀବୀ , SHG , SMC , PRI , Youth ,SASS , AWW ,ASHA ,Parents ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଆସ୍ପାୟାର ର ବିନୋଦ କୁମାର ସାହୁ, ସୁବ୍ରତ ସେଠୀ, ସୁରେଶ ଚନ୍ଦ୍ର ବେହେରା, ସମେତ ସମସ୍ତ କର୍ମକର୍ତ୍ତା ମାନେ ସଭାକାର୍ଯ୍ୟ ରେ ସହଯୋଗ କରିଥିଲେ ।
November 19, 2023
0 Comment
253 Views
ଜୁଙ୍ଗା ଗ୍ରାମ ପଞ୍ଚାୟତ କୁ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଘୋଷଣା
କେନ୍ଦୁଝର, ଜୁଙ୍ଗା ଗ୍ରାମ ପଞ୍ଚୟାତ ଶିଶୁ ଅଧିକାର ସୁରକ୍ଷା ସମିତି ଏବଂ କେନ୍ଦୁଝର ଜିଲ୍ଲାର କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆସ୍ପାୟାର ର ମିଳିତ ଆନୁକୁଲ୍ୟରେ ଜୁଙ୍ଗା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଜୁଙ୍ଗା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ହେମଲତା ମାଝି ଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି... Read More