ଖଲ୍ଲିକୋଟ : ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ବିଜେପିର ୪ ଜଣ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୁରୁତରଙ୍କ ମୃତ୍ୟୁକୁ ନେଇ ଥାନା ଆଗରେ ରାସ୍ତାରୋକ କରାଯାଇଛି। ଫଳରେ ଖଲ୍ଲିକୋଟରୁ ଭୁବନେଶ୍ଵରକୁ ଯାତାୟାତ ପ୍ରଭାବିତ ହୋଇଛି। ସୂଚନା ଅନୁସାରେ ବୁଧବାର ରାତିରେ ବିଜେପି କର୍ମୀମାନେ ଶ୍ରୀକୃଷ୍ଣ ସରଣପୁର ଗାଁର ରାମ ପାହାନଙ୍କ ପୁଅ ଦିଲୀପ, ଜିତେନ୍ଦ୍ର, ବାପୁଜୀ ଓ ବ୍ରଜଙ୍କ ପୁଅ ଅଭିମନ୍ୟୁ ବିଜେପି ପୋଷ୍ଟର ମାରୁଥିବାବେଳେ ବିଜେଡି କର୍ମୀମାନେ ପ୍ରତିବାଦ କରିଥିଲେ। ଫଳରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଖଣ୍ଡା ଆକ୍ରମଣରେ ୪ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ଦିଲୀପ ଓ ଜିତେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଆଜି ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
May 16, 2024
0 Comment
94 Views
ପୋଷ୍ଟର ମାରିବାକୁ କେନ୍ଦ୍ର କରି ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ : ଜଣଙ୍କର ମୁତ୍ୟୁ, ଥାନା ଆଗରେ ରାସ୍ତାରୋକ
by Editor
ଖଲ୍ଲିକୋଟ : ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ବିଜେପିର ୪ ଜଣ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୁରୁତରଙ୍କ ମୃତ୍ୟୁକୁ ନେଇ ଥାନା ଆଗରେ... Read More