ଭୁବନେଶ୍ବର : ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଓ ମେଘମୁକ୍ତ ଆକାଶ ଫଳରେ ବହୁଛି ଥଣ୍ଡା ପବନ । ଏହାର ପ୍ରଭାବରେ ଶୀତରେ ଥରୁଛି ସାରା ଓଡ଼ିଶା । ଗତ ୨୪ ଘଣ୍ଟାରେ କୋରାପୁଟର ଶିମିଳିଗୁଡ଼ାରେ ସର୍ବନିମ୍ନ ୭.୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ପାରା ୧୦ଡିଗ୍ରୀ ତଳେ ରହିଛି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ବି ଦେଖିବାକୁ ମିଳିଛି । ଅନୁଗୁଳ, ଫୁଲବାଣୀ ଓ ଭବାନୀପାଟଣାକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି । ଯାତାୟତ ସମୟରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଆସନ୍ତା ୫ଦିନ ଯାଏଁ ସମାନ ପାଗ ଜାରି ରହିବ । ସ୍ବାଭାବିକ ଠାରୁ ୩ରୁ ୫ଡିଗ୍ରୀ ଯାଏ କମିବ ତାପମାତ୍ରା ହ୍ରାସ ପାଇବ ।
November 28, 2022
0 Comment
250 Views
ରାଜ୍ୟରେ ଶୀତ ଲହରୀ, ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା
by Editor
ଭୁବନେଶ୍ବର : ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଓ ମେଘମୁକ୍ତ ଆକାଶ ଫଳରେ ବହୁଛି ଥଣ୍ଡା ପବନ । ଏହାର ପ୍ରଭାବରେ ଶୀତରେ ଥରୁଛି ସାରା ଓଡ଼ିଶା । ଗତ ୨୪ ଘଣ୍ଟାରେ କୋରାପୁଟର ଶିମିଳିଗୁଡ଼ାରେ ସର୍ବନିମ୍ନ ୭.୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ପାରା ୧୦ଡିଗ୍ରୀ ତଳେ ରହିଛି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ବିଭିନ୍ନ... Read More