ଭୁବନେଶ୍ୱର : ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖରୁ ପାଗ ବଦଳିବ । ଆକାଶ ମେଘୁଆ ମେଘୁଆ ରହିବା ସହ ବର୍ଷା ହୋଇପାରେ । ଦକ୍ଷିଣରେ ବର୍ଷା ସମ୍ଭାବନା ଅଧିକ ରହିଛି । ପାଣିପାଗ ବିଭାଗ ଆକଳନ ଅନୁସାରେ ୧୫ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇପାରେ । ୧୫ରେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ପାଗ ଶୁଖିଲା ରହିପାରେ ।
୧୬ରେ ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡିର ଗୋଟିଏ କି ଦୁଇଟି ଜାଗାରେ ବର୍ଷା ସମ୍ଭାବନା ଅଛି । ବର୍ତ୍ତମାନ ୧୪ ତାରିଖରୁ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।
ରାତି ତାପମାତ୍ରାରେ ମଧ୍ୟ ଏବେ ବିଶେଷ ବି ପରିବରିର୍ତ୍ତନ ସମ୍ଭାବନା ନାହିଁ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୪ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିଘୂ ବଳୟ ର୍ଣ୍ଣି ସୃଷ୍ଟିସୃ ଷ୍ଟିହେବା ସମ୍ଭାବନା ଅଛି । ୧୫ରେ ଲଘୁଚାପ ରୂପ ନେବ । ପରେ ଘନୀଭୂତ ହୋଇ ପ୍ରାୟତଃ ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ଅଛି । ପ୍ରାଥମିକ ଆକଳନ ଅନୁସାରେ ଏହା ପଶ୍ଚିମବଙ୍ଗ କିମ୍ବା କି ବାଂଲାଦେଶ ଆଡ଼କୁ ମୁହାଁଇପାରେ ।
ଏହା ପ୍ରଭାବରେ ଓଡ଼ିଶାରେ ୧୭ ତାରିଖ ଠାରୁ ସମୁଦ୍ର ସଂଲଗ୍ନ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ରହିପାରେ । ବିଶେବି କରି ପୁରୀ ଠାରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସମୁଦ୍ର ସଂଲଗ୍ନ ଅଞ୍ଚଳରେ କାଁ ଭାଁ ହାଲୁକା ବର୍ଷା ହୋଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ । ସେ ଆକଳନ କରିଛନ୍ତି, ୧୭ ତାରିଖରୁ ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା କମିବାର ସମ୍ଭାବନା ନାହିଁ ।
୧୮ ତାରିଖ ଠାରୁ ଉପକୂଳରେ ରାତି ତାପମାତ୍ରା କମିପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ୧୫ ତାରିଖରୁ ରାତି ତାପମାତ୍ରା କମିବା ସମ୍ଭାବନା ଅଛି । ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ୧୨ ତାରିଖରୁ ରାତି ତାପମାତ୍ରା କମିପାରେ । ଦୀପାବଳିରେ ପାଗ ଶୁଖିଲା ରହିବ ବୋଲି ଡକ୍ଟର ପଶୁପାଳକ କହିଛହିନ୍ତି ।