କେନ୍ଦୁଝର, କଂଗ୍ରେସ୍ ରେ ଯୋଗଦେଲେ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହୃଷିକେଶ ନାଏକ । ନିକଟରେ ସେ ବିଜେଡି ଦଳ ଛାଡ଼ିଥିଲେ । ଆଜି ପାଟଣା ବ୍ଲକ ରାଜନଗର ଠାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ଉପସ୍ଥିତିରେ ଆୟୋଜିତ ମହାମିଶ୍ରଣ ପର୍ବରେ ସେ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଶ୍ରୀ ନାଏକ ଶିକ୍ଷକତା ଚାକିରି ଛାଡି ୧୯୮୦ ମସିହାରେ ଲୋକଦଳରୁ ପାଟଣା ବିଧାୟକ ଭାବେ ବିଜୟୀ ହୋଇଥିଲେ । ୧୯୮୫ ଓ ୧୯୯୫ ମସିହାରେ ୨ ଥର କଂଗ୍ରେସ ଟିକଟରୁ ନିର୍ବାଚନ ଲଢ଼ି ସେ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ । ଏହାପରେ ସେ ୨୦୦୪ ମସିହାରେ କଂଗ୍ରେସ ରୁ ଟିକେଟ ନପାଇ ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ବରଣ କରିଥିଲେ । ୨୦୦୭ ମସିହାରେ ରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବା ପରେ କ୍ରମାଗତ ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଟିକେଟରୁ ବିଜୟ ଲାଭ କରିଥିଲେ । ଶ୍ରୀ ନାଏକ ଆସନ୍ତା ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁଥିବାରୁ ତାଙ୍କ ଶୁଭେଛୁ ଓ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆଗାମୀ ନିର୍ବାଚନରେ ସେ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶା ବାନ୍ଧିଥିବା ବେଳେ , ପୂର୍ବରୁ ୫ ଥର ବିଧାୟକ ଥିବା ବର୍ଷିଆନ ନେତା ହୃଷିକେଶ ନାଏକ କଂଗ୍ରେସରେ ଯୋଗଦେବାକୁ ନେଇ ପାଟଣା ରାଜନୀତି ସରଗରମ ହୋଇ ପଡିଛି।
August 24, 2023
0 Comment
324 Views
ହୃଷିକେଶ ନାଏକ ଙ୍କ କଂଗ୍ରେସ୍ ରେ ଯୋଗଦାନ, ବଦଳିପାରେ ପାଟଣା ନିର୍ବାଚନ ମଣ୍ଡଳୀର ସମିକରଣ
କେନ୍ଦୁଝର, କଂଗ୍ରେସ୍ ରେ ଯୋଗଦେଲେ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହୃଷିକେଶ ନାଏକ । ନିକଟରେ ସେ ବିଜେଡି ଦଳ ଛାଡ଼ିଥିଲେ । ଆଜି ପାଟଣା ବ୍ଲକ ରାଜନଗର ଠାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ଉପସ୍ଥିତିରେ ଆୟୋଜିତ ମହାମିଶ୍ରଣ ପର୍ବରେ ସେ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଶ୍ରୀ ନାଏକ ଶିକ୍ଷକତା ଚାକିରି ଛାଡି ୧୯୮୦ ମସିହାରେ ଲୋକଦଳରୁ ପାଟଣା ବିଧାୟକ... Read More