କେନ୍ଦୁଝର,୦୩/୧୨ ବାଂଶପାଳ ବ୍ଲକରେ ଆୟୋଜିତ ଜାତୀୟ ଭିନ୍ନକ୍ଷମ ଦିବସ ସରକାରୀ ଏସଏସଡ଼ି ହାଇସ୍କୁଲ, ସାହାରପୁର ପ୍ରାଙ୍ଗଣରେ ପାଳିତ ହୋଇଛି । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ସାହାରପୁର ସରପଞ୍ଚ ରଞ୍ଜିତ କୁମାର ବେହେରା, ଖେଳ ଶିକ୍ଷକ ରଞ୍ଜିତ କୁମାର ବେହେରା, ମଧ୍ୟାହ୍ନ ଭୋଜନ ପ୍ରୋଗ୍ରାମର ରଶ୍ମି ରଞ୍ଜନ ଶର୍ମା, ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମଙ୍କ ସୁରକ୍ଷା ଓ ପ୍ରଚଳିତ ଯୋଜନା ବିଷୟରେ କହିଥିଲେ। ପରେ ମଞ୍ଚରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ସଙ୍ଗୀତ, ଚିତ୍ରାଙ୍କନ ବିଭିନ୍ନ କ୍ରୀଡା ଆଦି ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିଥିବା ଭିନ୍ନ କ୍ଷମ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ପୁରସ୍କାର ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଶ୍ରୀକାନ୍ତ ବେହେରା, ସୁଚିତ୍ରା କାଣ୍ଡି, ନରେନ୍ଦ୍ର ନାୟକ, କୁଞ୍ଜ ବିହାରୀ ଦାସ, ମହେଶ୍ୱର ପ୍ରଧାନ, ନରେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
December 3, 2023
0 Comment
61 Views
ବାଂଶପାଳ ବ୍ଲକରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
କେନ୍ଦୁଝର,୦୩/୧୨ ବାଂଶପାଳ ବ୍ଲକରେ ଆୟୋଜିତ ଜାତୀୟ ଭିନ୍ନକ୍ଷମ ଦିବସ ସରକାରୀ ଏସଏସଡ଼ି ହାଇସ୍କୁଲ, ସାହାରପୁର ପ୍ରାଙ୍ଗଣରେ ପାଳିତ ହୋଇଛି । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ସାହାରପୁର ସରପଞ୍ଚ ରଞ୍ଜିତ କୁମାର ବେହେରା, ଖେଳ ଶିକ୍ଷକ ରଞ୍ଜିତ କୁମାର ବେହେରା, ମଧ୍ୟାହ୍ନ ଭୋଜନ ପ୍ରୋଗ୍ରାମର ରଶ୍ମି ରଞ୍ଜନ ଶର୍ମା, ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମଙ୍କ ସୁରକ୍ଷା ଓ ପ୍ରଚଳିତ ଯୋଜନା ବିଷୟରେ... Read More