କେନ୍ଦୁଝର, ଆସନ୍ତା ୧୮ରୁ ବିଜେଡି ଓ ଭାଜପା ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ପ୍ରତିବାଦରେ ଏବଂ ନଅ ଦଫା ଦାବିରେ ବ୍ଲକ ସ୍ତରରେ ଆନ୍ଦୋଳନ ହେବ ବୋଲି କଂଗ୍ରେସର ଜିଲ୍ଲା ସଭାପତି ମୋହନ ପରିଡ଼ା କହିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ବ୍ଲକ ସ୍ତରରେ ପିସି କାରବାର ବନ୍ଦ କରିବା ସହ ବେକାରି, ନିଯୁକ୍ତି, ଦରଦାମ କୁ ଲଗାମ ଲଗାଇବା, ବିଦ୍ୟୁତ୍ ସମସ୍ୟାର ସମାଧାନ, ଚାଷୀଙ୍କ ସମସ୍ୟା ସମାଧାନ, ନାରୀ ନିର୍ଯାତନାକୁ ନିୟନ୍ତ୍ରଣ କରିବା, ଆବାସ ସମସ୍ୟାର ସମାଧାନ ଏବଂ ଜିଲ୍ଲାର ଆଞ୍ଚଳିକ ସମସ୍ୟା ମେଗା ଇସ୍ପାତ କାରଖାନା,ଡାକ୍ତର ପଦବୀ ପୂରଣ କରିବା, କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଆଦି ଦାବି କରିଛି ଜିଲ୍ଲା କଂଗ୍ରେସ । ଆଗାମୀ ଦିନରେ ଦଳ ଏଭଳି ଗୁରୁତ୍ୱପୁର୍ଣ୍ଣ ବିଷୟକୁ ନେଇ ସାଧାରଣ ଜନତାଙ୍କ ପାଇଁ ଲଢ଼ିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ସଭାପତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ସମ୍ପାଦକ ସଂଗ୍ରାମ ଦାସ ଉପସ୍ଥିତ ଥିଲେ ।
August 16, 2023
0 Comment
171 Views
ଆସନ୍ତା ୧୮ ରେ ସମସ୍ତ ବ୍ଲକ ଘେରିବ କଂଗ୍ରେସ
କେନ୍ଦୁଝର, ଆସନ୍ତା ୧୮ରୁ ବିଜେଡି ଓ ଭାଜପା ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ପ୍ରତିବାଦରେ ଏବଂ ନଅ ଦଫା ଦାବିରେ ବ୍ଲକ ସ୍ତରରେ ଆନ୍ଦୋଳନ ହେବ ବୋଲି କଂଗ୍ରେସର ଜିଲ୍ଲା ସଭାପତି ମୋହନ ପରିଡ଼ା କହିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ବ୍ଲକ ସ୍ତରରେ ପିସି କାରବାର ବନ୍ଦ କରିବା ସହ ବେକାରି, ନିଯୁକ୍ତି, ଦରଦାମ କୁ ଲଗାମ ଲଗାଇବା, ବିଦ୍ୟୁତ୍ ସମସ୍ୟାର ସମାଧାନ, ଚାଷୀଙ୍କ ସମସ୍ୟା ସମାଧାନ, ନାରୀ ନିର୍ଯାତନାକୁ ନିୟନ୍ତ୍ରଣ କରିବା, ଆବାସ ସମସ୍ୟାର ସମାଧାନ... Read More