କେନ୍ଦୁଝର, ୯ା୧ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସିଟିଜି ଫାଉଣ୍ଡେସନ ଓ କେନ୍ଦୁଝର ହାଇୟର ସେକେଣ୍ଡାରୀ ସ୍କୁଲ ଓ କେନ୍ଦୁଝର ଡିଗ୍ରୀ କମର୍ସ କଲେଜ ଦ୍ୱାରା ‘୨୩ତମ ସିଟିଜି ପ୍ରତିଷ୍ଠା ଉତ୍ସବ-୨୦୨୪’ ମଙ୍ଗଳବାର ଦିନ ବାଇଗଣପଶିସ୍ଥିତ ‘ଶିକ୍ଷା ନିକେତନ’ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ତାରିଣୀଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପରେ ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ପୂର୍ବତନ ଷ୍ଟେଟ ହାଉସିଂ ବୋର୍ଡର ଚେୟାରମ୍ୟାନ୍ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ସିଟିଜି ଅନୁଷ୍ଠାନର ଉତରୋତ୍ତର ଉନ୍ନତି କାମନା କରିବା ସହ ଶିକ୍ଷାର ବିକାଶ ଘଟିଲେ ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର ହୋଇଥାଏ ବୋଲି ପ୍ରକାଶ କରିଥିଲେ । ବିଶେଷ ଅତିଥି ଭାବେ ରୋଟାରୀ ଗଭର୍ଣ୍ଣର ମନୋଜ ତ୍ରିପାଠୀ, ମଧୁସ୍ମିତା ତ୍ରିପାଠୀ, ଡକ୍ଟର ରୋଜାଲିନ ପାଟ୍ଟଶାଣୀ ମିଶ୍ର, ସମ୍ମାନିତ ଅତିଥି ଭାବେ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ଏବଂ ସ୍ୱେଚ୍ଛାସେବୀ ସଂଗଠନ ‘ଶତାଦ୍ଦୀ’ ର ନିର୍ଦେଶକ ସଂଗ୍ରାମ ଦାସ ଯୋଗଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ ହେବା ସହିତ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପରିଚାଳିତ ହେଲେ ଲକ୍ଷ୍ୟ ପଥରେ ପହଞ୍ଚିବା ସହଜସାଧ୍ୟ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ସିଟିଜି ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ରୋଟାରିୟାନ୍ ଡ଼ଃ ରାଜେନ୍ଦ୍ର କୁମାର ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ ପୂଜାଅର୍ଚ୍ଚନା ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ସିଟିଜିର ମାର୍ଗଦର୍ଶକ ଭଗବାନ ପଲେଇ ଓ ଶ୍ରୀମତୀ ସୁଭଦ୍ରା ପଲେଇ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଦିବ୍ୟଜିତ ସାହୁ ଫାଉଣ୍ଡର ଇଣ୍ଟରଭିୟୁ ଟାଇମ୍ସ ଙ୍କୁ ‘ସିଟିଜି ପ୍ରତିଭା ସମ୍ମାନ -୨୦୨୩’ ଦିଆଯାଇଥିଲା । ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବ୍ୟରଞ୍ଜନ ଦ୍ୱିବେଦୀଙ୍କୁ ‘ସିଟିଜି ରତ୍ନ -୨୦୨୩’ ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସିଟିଜିର ମୁଖପତ୍ର ‘ଲକ୍ଷ୍ୟ’ ଉନ୍ମୋଚିତ ହୋଇଥିବାବେଳେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସିଟିଜି ଗ୍ଲୋବାଲ ସ୍କୁଲ ଓ ବିଦ୍ୟାମନ୍ଦିର ଉଦଘାଟିତ ହୋଇଥିଲା । ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶଶିକାନ୍ତ ମହାରଣା ଙ୍କ ସଂଯୋଜନାରେ ପୁରସ୍କାର ବିତରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଫ୍ୟାସନ ସୋ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
January 9, 2024
0 Comment
193 Views
ସିଟିଜି ଫାଉଣ୍ଡେସନର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ: ସିଟିଜି ଗ୍ଲୋବାଲ ସ୍କୁଲ ଓ ବିଦ୍ୟାମନ୍ଦିର ଉଦଘାଟିତ, ଦିବ୍ୟରଞ୍ଜନଙ୍କୁ ସିଟିଜି ରତ୍ନ ଓ ଦିବ୍ୟଜିତଙ୍କୁ ସିଟିଜି ପ୍ରତିଭା
କେନ୍ଦୁଝର, ୯ା୧ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସିଟିଜି ଫାଉଣ୍ଡେସନ ଓ କେନ୍ଦୁଝର ହାଇୟର ସେକେଣ୍ଡାରୀ ସ୍କୁଲ ଓ କେନ୍ଦୁଝର ଡିଗ୍ରୀ କମର୍ସ କଲେଜ ଦ୍ୱାରା ‘୨୩ତମ ସିଟିଜି ପ୍ରତିଷ୍ଠା ଉତ୍ସବ-୨୦୨୪’ ମଙ୍ଗଳବାର ଦିନ ବାଇଗଣପଶିସ୍ଥିତ ‘ଶିକ୍ଷା ନିକେତନ’ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ତାରିଣୀଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପରେ ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ... Read More