କଟକ : ସରିଲା କଟକ ଐତିହାସିକ ବାଲିଯାତ୍ରା – ୨୦୨୩। ରେକର୍ଡ ସଂଖ୍ୟକ ବ୍ୟବସାୟ। ବ୍ୟବସାୟୀ ଖୁସି। ଚଳିତବର୍ଷ ବାଲିଯାତ୍ରାରେ ମୋଟ ଦୁଇ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ। ଉଭୟ ଉପର ଓ ତଳ ପଡ଼ିଆରେ ୯ ଦିନ ଚାଲିଲା ବାଣିଜ୍ୟର ମହାକୁମ୍ଭ। ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ବା ଓରମାସରେ ମଧ୍ୟ ପୁର୍ବ ବର୍ଷର ରେକର୍ଡ ଭାଙ୍ଗିଲା। ଓରମାସରେ ୩୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ। ଗତବର୍ଷ ଓର୍ମସରେ ୨୪ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା।
ଚଳିତ ବର୍ଷ ୮ ଦିନ ଧରି ଚାଲିଥିବା ବେଳେ ପରେ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। ଫଳରେ ମଙ୍ଗଳବାର ଦିନ ମଧ୍ୟ ବାଲିଯାତ୍ରା ପଡ଼ିଆରେ ଜବରଦସ୍ତ ଭିଡ ଦେଖିବାକୁ ମିଳିଥିଲା। ଚଳିବର୍ଷ ବାଲିଯାତ୍ରାରେ ବ୍ୟବସାୟୀ ମାନେ ଭଲ ବ୍ୟବସାୟ କରିଥିବା ବେଳେ ବାଲିଯାତ୍ରା ପ୍ରେମୀ ମାନେ ବି ଭରପୁର ମନୋରଞ୍ଜନ କରିଥିଲେ। ୯ ଦିନର ମଉଜମସ୍ତି ପରେ ବାଲିଯାତ୍ରା ଶେଷ ହୋଇଯାଇଥିବା ଯୋଗୁ ବାଲିଯାତ୍ରା ବୁଲିବାକୁ ଆସିଥିବା ଲୋକଙ୍କ ମନ ଦୁଃଖରେ ଭାରିଯାଇଛି। ବାକି ୨୦୨୪ ବାଲିଯାତ୍ରାକୁ ଅପେକ୍ଷା ରହିଲା ବୋଲି କହିଛନ୍ତି ସମସ୍ତେ।