କେନ୍ଦୁଝର, ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ କେନ୍ଦୁଝର ଜିଲ୍ଲାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚାଲିଥିଲା। ଜିଲ୍ଲା ରେ ସାଇବର ସୁରକ୍ଷା ସଚେତନତା ରଥ ଓ ମାସ୍କଟ ସାଇରା ବୁଲି ଲୋକଙ୍କ ଭିତରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଥିଲା। ଜିଲ୍ଲାର ମୁଖ୍ୟାଳୟ ସମେତ ସବୁ ଉପଖଣ୍ଡ ଓ ବ୍ଲକ୍ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଛି । ୨୪ ଟି ଥାନା ଅଂଚଳରେ ରଥ କୁ ସ୍ୱାଗତ କରିବାର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ସଚେତନତା ପାଇଁ ସଭାସମିତି, ଗଣଦୌଡ,ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଆଜି କେନ୍ଦୁଝର ଅଡିଟୋରିୟମ୍ ଠାରେ ସମାପନ ଉତ୍ସବ ଅନୁଷ୍ଠିତ ହୋଇ ଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶାଳକର ଡାଗୁଡ଼ୁଙ୍କ ସଭାପତିତ୍ବରେ ଏହି ସଭା ଆୟୋଜିତ ହୋଇ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ଓ ଅନ୍ୟତମ ଅତିଥି ରୂପେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ୍ ଯୋଗ ଦେଇଥିଲେ। ଜିଲ୍ଲାର ଅନେକ ପୋଲିସ ଅଧିକାରୀଙ୍କ ସହ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ କୁମାର ବାରିକ ଓ କେନ୍ଦୁଝରଗଡ଼ ନଗରପାଳିକା ପୌର ନିର୍ବାହୀ ଅଧିକାରିଣୀ ଡ଼ା ମଧୁସ୍ମିତା ସାମନ୍ତରାୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
October 14, 2023
0 Comment
249 Views
ସାଇବର ସୁରକ୍ଷା ସଚେତନତା ଅଭିଯାନର ସମାପନ ଉତ୍ସବ ଅନୁଷ୍ଠିତ
କେନ୍ଦୁଝର, ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ କେନ୍ଦୁଝର ଜିଲ୍ଲାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚାଲିଥିଲା। ଜିଲ୍ଲା ରେ ସାଇବର ସୁରକ୍ଷା ସଚେତନତା ରଥ ଓ ମାସ୍କଟ ସାଇରା ବୁଲି ଲୋକଙ୍କ ଭିତରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଥିଲା। ଜିଲ୍ଲାର ମୁଖ୍ୟାଳୟ ସମେତ ସବୁ ଉପଖଣ୍ଡ ଓ ବ୍ଲକ୍ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଛି । ୨୪ ଟି ଥାନା ଅଂଚଳରେ ରଥ କୁ ସ୍ୱାଗତ କରିବାର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ସଚେତନତା ପାଇଁ... Read More