ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରୁ ଠାବ ହେଲା ହେଲା ଏକ ଯୁବକଙ୍କ ମୃତ ଦେହ। ମୃତକ ହେଲେ ଜଣେ ବଙ୍ଗୀୟ ପର୍ଯ୍ୟଟକ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଯେ, ଉଦୟପୁର ବେଳାଭୂମିରେ ଗତ ଶନିବାର ବଙ୍ଗୀୟ ପର୍ଯ୍ୟଟକ ମାନେ ଗାଧୋଉଥିଲେ। ସେଇ ସମୟରେ ହଠାତ ସୁଅରେ ଭାସିଯାଇଥିଲେ। ତାଙ୍କ ସହଥିବା ଅନ୍ୟ ବନ୍ଧୁ ମାନେ ଅନେକ ସମୟ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର ପତା ମିଳିନଥିଲା। ଏନେଇ ତାଳସାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା। ରବିବାର ପୂର୍ବାହ୍ନ ସମୟରେ ସେହି ଉଦୟପୁର ବେଳାଭୂମିରରୁ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଠାବ କରିଛି ପୋଲିସ। ଅନ୍ୟପଟେ ପରିବାର ଲୋକେ ପହଞ୍ଚିବା ପରେ ମୃତଦେହକୁ ଜଳେଶ୍ୱରପୁର ମେଡିକାଲ ନେଇଥିଲେ। ସେଠାରେ ତାଙ୍କର ବ୍ୟବଛେଦ କରାଯାଇଛି।