ମୁମ୍ଵାଇ : ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ୍। ଆଜି ଭୋର୍ ପ୍ରାୟ ୩.୩୦ରେ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୀରାବେନଙ୍କ ଦେହାନ୍ତ ହୋଇଛି । ଏନେଇ ୟୁଏନ ମେହେଟା ଇନଷ୍ଟଚ୍ୟୁଟ୍ ଅଫ କାର୍ଡିଓଲୋଡୀ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁ ଶୁକ୍ରବାର ଭୋର ସମୟରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି ।
ଚଳିତ ବର୍ଷ ନିଜ ୧୦୦ତମ ଜନ୍ମ ଦିବସ ପାଳନ କରିଥିବା ଗତ ବୁଧବାର ହୀରାବେନଙ୍କ ସ୍ବାସ୍ଥ୍ୟ ହଠାତ୍ ବିଗିଡ଼ି ଯିବାପରେ ବୁଧବାର ତାଙ୍କୁ ଅହମ୍ମଦାବାଦର ୟୁଏନ୍ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ ଯାଇ ମା’ଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ।
ସେପଟେ ମାଆଙ୍କ ନିଧନର ଖବର ପାଇ ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ କରିଛନ୍ତି। ଏଥିରେ ମାଆଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଅହମଦାବାଦ ଅଭିମୁଖେ ବାହାରିଛନ୍ତି। ମା ହୀରବାଙ୍କ ଶେଷ ଦର୍ଶନ ଲାଗି ପ୍ରଧାନମନ୍ତ୍ରୀ ଅହମଦାବାଦ ଆସୁଛନ୍ତି।