ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ଦୀପାଳି ଦାସ ସାଇବର ଠକେଇର ଶିକାର । ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛି ସାଇବର ଲୁଟେରା । ଏ ନେଇ ଦୀପାଳି ସମ୍ବଲପୁର ଅଇଁଠାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।
ତାଙ୍କ ମୋବାଇଲ୍କୁ ଏକ ଓଟିପି ଆସିଥିଲା । ମାତ୍ର ଏହାକୁ ସେ କାହାକୁ ସେୟାର କରି ନଥିବା କଥା କହିଛନ୍ତି । ପରେ ତାଙ୍କ ମୋବାଇଲ୍କୁ ଟଙ୍କା କଟିଯାଇଥିବା ନେଇ ଦୁଇଟି ମେସେଜ୍ ଆସିଥିଲା । ଥରେ ୫୦ହଜାର ଏବଂ ଆଉଥରେ ଲକ୍ଷେ ଟଙ୍କା କଟିଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ଆଧାରରେ ଏହାର ତଦନ୍ତ କରୁଛି ।