ବଲାଙ୍ଗୀର : ବଲାଙ୍ଗୀର ଜିଲା ଟିଟିଲାଗଡ ସହରର କୁମୁଡାପାହାଡ଼ ଗୁମ୍ଫାରେ ଥିବା ଧବଳେଶ୍ବର ଶିବ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଛି । ଦୁର୍ବୃତ୍ତମାନେ ମଧ୍ୟରାତ୍ରୀରେ ଦାନବାକ୍ସ ଚୋରି କରି ନେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦୀର୍ଘ ଦୁଇ ବର୍ଷ କରୋନା କଟକଣା ପରେ ଏଠାରେ ଚାଲିଥିବା ମହା ଶିବରାତ୍ରୀ ମେଳା ଗତ ଦୁଇ ଦିନ ପୂର୍ବରୁ ଉଦଯାପିତ ହୋଇଛି । ହୁଣ୍ଡିରେ ବହୁ ଦାନ ଟଙ୍କା, ସୁନା ରହିଥିବା ସନ୍ଦେହ କରି ଦୁର୍ବୃତ୍ତ ଚୋରି କରିଥିବା ଆଲୋଚନା ହୋଇଛି । ଏନେଇ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ରଞ୍ଜନ ବରିହା ସାଇଣ୍ଟିଫିକ ଦଳ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।