କେନ୍ଦୁଝର, କେନ୍ଦୁଝର ର ପରମ୍ପରା ସଂସ୍କୃତି ମଠ ମନ୍ଦିର ସହିତ ସଂଶ୍ଲିଷ୍ଟ ହୋଇ ରହିଛି ପ୍ରଭୁ ଶ୍ରୀ ବଳଦେବଜୀଉ ମନ୍ଦିର । ବଡଦାଣ୍ଡ ଉପରେ ଦୁଇଗୋଟି ମଠ ବିଦ୍ୟମାନ । ଗୋଟିଏ ଗୋପାଳଜୀଉ ମଠ ଓ ଅନ୍ୟଟି ରଘୁନାଥଜୀଉ ମଠ । ବାହୁଡା ଯାତ୍ରା ସମୟରେ ରଥାରୂଢ ବଳଦେବଜୀଉ ଙ୍କ ରଥ ଯେତେବେଳେ ଲାଗିଯାଏ ରଘୁନାଥଜୀଉ ମଠ ସମ୍ମୁଖରେ ଚାଲିଆସେ ପ୍ରଭୁଙ୍କ ନିକଟକୁ ପିଠା ଓ ମିଠା ରଘୁନାଥ ଜୀଉ ମଠ ତରଫରୁ । ସେହିପରି ତାତ୍ପରଦିନ ବଡଏକାଦାସୀରେ ରଥ ଉପରେ ଶ୍ରୀ ଜୀଉ ମାନଙ୍କର ବଡ ଚଢ଼ାଉ ବେଶ ତଥା ରାଜବେଶ ବା ସୁନାବେଶରେ ଭୂଷିତ ହୁଅନ୍ତି । ସେହି ସମୟରେ ଗୋପାଳଜୀଉ ମଠ ତରଫରୁ ୧୦ହାଣ୍ଡି ରସଗୋଲା ସୁସଜିତ ହୋଇଥିବା ହାଣ୍ଡିକୁ ନିଆଯାଏ ଶ୍ରୀଜୀଉ ମାନଙ୍କର ମଣୁହିଁ ପାଇଁ । ସେବକ ମାନଙ୍କ ଦ୍ୱାରା ଘଣ୍ଟା, ବାଦ୍ୟ, ଶଙ୍ଖ, ଛାତ୍ର ଚାମର ପରିବେଷ୍ଟିତ ହୋଇ ନିଆଯାଏ ରଥ ଉପରକୁ । ଏହା ଭୋଗ ହେବାପରେ ବିତରଣ କରାଯାଏ ସର୍ବସାଧାରଣଙ୍କୁ । ଚଳିତ ବର୍ଷ ଅନୁନ୍ୟ ଷାଠିଏ ହଜାର ରସଗୋଲା ବିତରଣ କରଯାଇଥିଲା ବଳଦେବଜୀଉ ପ୍ରେମୀ ମାନଙ୍କୁ ।
June 29, 2023
0 Comment
541 Views
ଗୋପାଳଜୀଉ ମଠରେ ସୁନାବେଶରେ ରସଗୋଲା ବଣ୍ଟନ
କେନ୍ଦୁଝର, କେନ୍ଦୁଝର ର ପରମ୍ପରା ସଂସ୍କୃତି ମଠ ମନ୍ଦିର ସହିତ ସଂଶ୍ଲିଷ୍ଟ ହୋଇ ରହିଛି ପ୍ରଭୁ ଶ୍ରୀ ବଳଦେବଜୀଉ ମନ୍ଦିର । ବଡଦାଣ୍ଡ ଉପରେ ଦୁଇଗୋଟି ମଠ ବିଦ୍ୟମାନ । ଗୋଟିଏ ଗୋପାଳଜୀଉ ମଠ ଓ ଅନ୍ୟଟି ରଘୁନାଥଜୀଉ ମଠ । ବାହୁଡା ଯାତ୍ରା ସମୟରେ ରଥାରୂଢ ବଳଦେବଜୀଉ ଙ୍କ ରଥ ଯେତେବେଳେ ଲାଗିଯାଏ ରଘୁନାଥଜୀଉ ମଠ ସମ୍ମୁଖରେ ଚାଲିଆସେ ପ୍ରଭୁଙ୍କ ନିକଟକୁ ପିଠା ଓ ମିଠା ରଘୁନାଥ ଜୀଉ ମଠ ତରଫରୁ । ସେହିପରି ତାତ୍ପରଦିନ... Read More