କେନ୍ଦୁଝର, ବୁଧବାର ତା ୨୨.୧୧.୨୦୨୩ ରିଖରେ ପ୍ରଥମ ପର୍ଯ୍ୟାରେ ୮ ଗୋଟି ବ୍ଲକ ଯଥା ଯୋଡ଼ା, ଝୁମ୍ପୁରା, ତେଲକୋଇ, ବାଂଶପାଳ, ସାହାରପଡା,ପାଟଣା,ଚମ୍ପୁଆ ଓ ସଦର ବ୍ଲକ ନିମନ୍ତେ ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ,କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ରାଜ୍ୟ ଓ ରାଜ୍ୟବାହାରର ପ୍ରାୟ ୩୫ ଗୋଟି ଘରୋଇ ସଂସ୍ଥାମାନେ ଆସି ସେମାନଙ୍କ ସଂସ୍ଥାର ଆବଶ୍ୟକ ପଦପଦବୀ ପାଇଁ ପ୍ରାର୍ଥୀ /ପ୍ରାର୍ଥୀନୀ ଚୟନ କରିଅଛନ୍ତି । ଏଥିରେ କେନ୍ଦୁଝର ଜିଲ୍ଲାର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଯଥା ରୁଙ୍ଗଟା, ଜେଏସଡବ୍ଲୁ, ଅର୍ଡେଣ୍ଟ ଷ୍ଟିଲ, ଓସଆଇଲ, ଜେଏସପିଏଲ, ବିର୍ଲା, ଅରିଆ ଷ୍ଟିଲ, ଟାଟା ଷ୍ଟିଲ, ଦା ବିଜିନେସ ୱାର୍ଲଡ଼, ଏସଲ ମାଇନିଂ ଆଦି ନିଜ ସଂସ୍ଥା ନିମନ୍ତେ ପ୍ରାର୍ଥୀ/ପ୍ରାର୍ଥୀନୀ ଚୟନ ପ୍ରକ୍ରିୟାରେ ଭାଗନେଇଥିଲେ । ଏହି ନିଯୁକ୍ତି ମେଳାରେ ସର୍ବମୋଟ ୬୫୨ ଜଣ ନିଯୁକ୍ତି ଆଶାୟୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୬୫ ଜଣଙ୍କୁ ନିଯୁକ୍ତି ନିମନ୍ତେ ଚୟନ କରାଯାଇଅଛି । ଏହି ମେଳାରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଜ଼ିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସାଗରିକ ସାହୁ ଏବଂ ସମ୍ମାନୀତ ଅତିଥିଭାବେ ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ,କେନ୍ଦୁଝର ଅଧକ୍ଷ ଘନଶ୍ୟାମ ଧୁରିଆ ଯୋଗଦେଇଥିଲେ । ଏହି ମେଳାକୁ ସଫଳତାର ସହିତ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଗଣେଶ୍ୱର ନାୟକ ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ,କେନ୍ଦୁଝରର କର୍ମଚାରୀବୃନ୍ଦ ପରିଚାଳନା କରିଥିଲେ ।
November 22, 2023
0 Comment
179 Views
କେନ୍ଦୁଝର ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଉଦଘାଟିତ
କେନ୍ଦୁଝର, ବୁଧବାର ତା ୨୨.୧୧.୨୦୨୩ ରିଖରେ ପ୍ରଥମ ପର୍ଯ୍ୟାରେ ୮ ଗୋଟି ବ୍ଲକ ଯଥା ଯୋଡ଼ା, ଝୁମ୍ପୁରା, ତେଲକୋଇ, ବାଂଶପାଳ, ସାହାରପଡା,ପାଟଣା,ଚମ୍ପୁଆ ଓ ସଦର ବ୍ଲକ ନିମନ୍ତେ ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ,କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ରାଜ୍ୟ ଓ ରାଜ୍ୟବାହାରର ପ୍ରାୟ ୩୫ ଗୋଟି ଘରୋଇ ସଂସ୍ଥାମାନେ ଆସି ସେମାନଙ୍କ ସଂସ୍ଥାର ଆବଶ୍ୟକ ପଦପଦବୀ ପାଇଁ ପ୍ରାର୍ଥୀ /ପ୍ରାର୍ଥୀନୀ ଚୟନ କରିଅଛନ୍ତି । ଏଥିରେ କେନ୍ଦୁଝର ଜିଲ୍ଲାର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଯଥା... Read More