କେନ୍ଦୁଝର, (ବ୍ରଜକିଶୋର ରାୟ) ଭିନ୍ନକ୍ଷମ ଯୁବତୀଙ୍କୁ ମିଳିଲା ଟ୍ରାଇ ସାଇକେଲ ଓ ବସ୍ ପାସ୍ ଏବଂ ୪ ଡିସିମିଲ ସରକାରୀ ଜମି । ଗତ ଜାନୁୟାରୀ ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତ ଅବସରରେ ସର୍କିଟ ହାଉସ ଠାରେ ଭିନ୍ନକ୍ଷମ ଯଶୋଦା ନାଥ (୪୪)ତାଙ୍କ ଗୁହାରୀ ଜଣାଇଥିଲେ । ସମାଜସେବୀ ସୁଧିର କୁମାର ନନ୍ଦ ଭିନ୍ନକ୍ଷମଙ୍କୁ ଆଣି ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଭିନ୍ନକ୍ଷମ ବାବଦରେ ୧୦୦୦ଟଙ୍କା ଭତ୍ତା ମିଳୁଥିବାବେଳେ ୮୦ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବାରୁ ତାଙ୍କୁ ୩୫୦୦ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ତୁରନ୍ତ ପୁନଃ ମେଡିକାଲ ବୋର୍ଡରେ ଯାଂଚ କରିବାକୁ ଜିଲ୍ଲାପାଳ ବିଶାଲ ସିଂହ ଙ୍କୁ ନିର୍ଦ୍ଦେଶ ଦେବା ସହିତ ତିନି ଚକିଆ ସାଇକେଲ ଏବଂ ସଦର ତହସିଲ ଘର ଡିହ ଜମି ଯୋଗାଇ ଦିଆଯିବା ସହ ପ୍ରଧାନମନ୍ତ୍ରୀ ଆବାସରେ ଘର ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ମେଡିକାଲ ବୋର୍ଡରେ ପରୀକ୍ଷା କରାଯାଇଥିବାବେଳେ ଆଜି ଯଶୋଦା ନାଥ ଓ ୧ ନମ୍ବର ୱାର୍ଡ ବଣିଆ ସାହି ର ସୋନୁ ଚୋୖଧୁରୀ ବୟସ -୧୩ ଙ୍କୁ କେନ୍ଦୁଝରଗଡ ପୌରପାଳିକା ପରିସରରେ ପୌରାଧ୍ୟକ୍ଷ ନିକୁ ସାହୁ,ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ,ନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକ କାଉନସିଲର ମାନଙ୍କ ଉପସ୍ଥିତି ରେ ଉଭୟ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ ।

February 4, 2025
0 Comment
42 Views
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଭିନ୍ନକ୍ଷମଙ୍କୁ ମିଳିଲା ଟ୍ରାଇ ସାଇକେଲ ଓ ବସ୍ ପାସ୍
କେନ୍ଦୁଝର, (ବ୍ରଜକିଶୋର ରାୟ) ଭିନ୍ନକ୍ଷମ ଯୁବତୀଙ୍କୁ ମିଳିଲା ଟ୍ରାଇ ସାଇକେଲ ଓ ବସ୍ ପାସ୍ ଏବଂ ୪ ଡିସିମିଲ ସରକାରୀ ଜମି । ଗତ ଜାନୁୟାରୀ ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତ ଅବସରରେ ସର୍କିଟ ହାଉସ ଠାରେ ଭିନ୍ନକ୍ଷମ ଯଶୋଦା ନାଥ (୪୪)ତାଙ୍କ ଗୁହାରୀ ଜଣାଇଥିଲେ । ସମାଜସେବୀ ସୁଧିର କୁମାର ନନ୍ଦ ଭିନ୍ନକ୍ଷମଙ୍କୁ ଆଣି ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଭିନ୍ନକ୍ଷମ ବାବଦରେ ୧୦୦୦ଟଙ୍କା ଭତ୍ତା ମିଳୁଥିବାବେଳେ... Read More