ଚିଲିକା : ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ- ସିଡ଼ିଏଙ୍କ ମିଳିତ ଆନୁକୂଲ୍ୟରେ ଆଜିଠାରୁ ତିନି ଦିନ ଯାଏଁ ସମଗ୍ର ଚିଲିକାରେ ଇରାୱାଡ଼ି ପ୍ରଜାତିର ଡ଼ଲଫିନ ଗଣନା ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲୁଗାଁ ଚିଲିକା କୂଳ ସ୍ଥିତ ବନ୍ୟପ୍ରାଣୀ ବିଭାଗ କାର୍ଯ୍ୟାଳୟ ପରିସରରେ ଗଣନାକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସିଡିଏର ବରିଷ୍ଠ ବୈଜ୍ଞାନିକ ଗୁରୁଦୀପ ରସ୍ତୋଗୀ, ପ୍ରଦୀପ୍ତ ରଂଜନ ମୁଦୁଲୀ ଏବଂ ବିନୋଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଚିଲିକାରେ ନିର୍ଭୁଲ ଡଲଫିନ୍ ଗଣନା ପାଇଁ ତାଲିମ ପ୍ରଦାନ କରିଥିଲେ ।
December 21, 2022
0 Comment
284 Views
ଆଜିଠୁ ଚିଲିକାରେ ଡଲଫିନ ଗଣନା
by Editor
ଚିଲିକା : ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ- ସିଡ଼ିଏଙ୍କ ମିଳିତ ଆନୁକୂଲ୍ୟରେ ଆଜିଠାରୁ ତିନି ଦିନ ଯାଏଁ ସମଗ୍ର ଚିଲିକାରେ ଇରାୱାଡ଼ି ପ୍ରଜାତିର ଡ଼ଲଫିନ ଗଣନା ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲୁଗାଁ ଚିଲିକା କୂଳ ସ୍ଥିତ ବନ୍ୟପ୍ରାଣୀ ବିଭାଗ କାର୍ଯ୍ୟାଳୟ ପରିସରରେ ଗଣନାକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ... Read More