ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଫେଲ୍ ମାରିଛି ବସୁଧା ଯୋଜନା। ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚଚା ପଞ୍ଚାୟତର ଡ଼ାବରିମୁଣ୍ଡା ଗାଁ ରେ ପିଇବା ପାଣି ସମସ୍ୟା ଜାରୀ ରହିଛି।କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ଜିଲ୍ଲାରେ ଚାଲିଛି ମେଗା ଜଳ ପ୍ରକଳ୍ପ କିନ୍ତୁ ପ୍ରକଳ୍ପ ଶେଷ ହେବା ପର୍ଯ୍ୟାୟ ରେ ପହଞ୍ଚିଥିଲେ ସୁଧା ପାଣି ସମସ୍ୟାର ସମାଧାନ ଏ ଯାଏଁ ହୋଇ ପାରିନାହିଁ । ୮୦ ପରିବାର ବିଶିଷ୍ଟ ୪୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ରହିଛି ଦୁଇଟି ନଳକୂଅ,ଯାହାକି ଏହି ଗାଁର ସମସ୍ତ ପରିବାର ପାଈଁ ଯଥେଷ୍ଟ ନୁହେଁ କି ମେଣ୍ଟାଇ ପାରୁ ନାହିଁ ଗାଁ ଲୋକଙ୍କ ତୃଷ୍ଣା। ଗତ ବର୍ଷ ଏହି ଗାଁ ରେ ସମସ୍ତ ଘରକୁ ପାଇପ ସଂଯୋଗ ହୋଇଥିଲେ ମଧ୍ୟ ଦେଢ଼ କିମି ଦୂରରେ ଥିବା ଚଚା ଠାରେ ଅବସ୍ଥିତ ଟ୍ୟଙ୍କି ଓ ମୋଟର ସେହି କାରଣରୁ ଗାଁକୁ ପାଣି ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଗୋଟିଏ ଦୁଇଟି ପରିବାରରେ ପାଣି ଆସୁଥିବା ବେଳେ ଅଧିକାଂଶ ପରିବାର ପାଇପରେ ବେଙ୍ଗ ମୂତିବା ପରି ପାଣି ଆସୁଥିବା ଅଭିଯୋଗ କରିଛନ୍ତି । ଏଣୁ ଗାଁ ରେ ଟାଙ୍କି ନିର୍ମାଣ କରିବା ସହ ପାଣି ସମସ୍ୟା ଦୂର କରିବା ପାଇଁ ଦାବି କରିଛନ୍ତି ରବିସିଂ ଗୌଡ, ବଳଭଦ୍ର ଗୌଡ, ଲାଇଚନ୍ ଗୌଡ, ଶ୍ରୀଧର ଗୌଡ, କାର୍ତ୍ତିକ ଗୌଡ।
June 7, 2023
0 Comment
221 Views
ଝରିଗାଁ ବ୍ଲକରେ ବସୁଧା ଫେଲ, ଡ଼ାବରୀମୁଣ୍ଡା ଗାଁରେ ପହଞ୍ଚି ପାରୁନି ପିଇବା ପାଣି
ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଫେଲ୍ ମାରିଛି ବସୁଧା ଯୋଜନା। ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚଚା ପଞ୍ଚାୟତର ଡ଼ାବରିମୁଣ୍ଡା ଗାଁ ରେ ପିଇବା ପାଣି ସମସ୍ୟା ଜାରୀ ରହିଛି।କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ଜିଲ୍ଲାରେ ଚାଲିଛି ମେଗା ଜଳ ପ୍ରକଳ୍ପ କିନ୍ତୁ ପ୍ରକଳ୍ପ ଶେଷ ହେବା ପର୍ଯ୍ୟାୟ ରେ ପହଞ୍ଚିଥିଲେ ସୁଧା ପାଣି ସମସ୍ୟାର ସମାଧାନ ଏ ଯାଏଁ ହୋଇ ପାରିନାହିଁ । ୮୦ ପରିବାର ବିଶିଷ୍ଟ ୪୦୦ ଜନସଂଖ୍ୟା... Read More