ସମ୍ବଲପୁର : ବଢିଲା ହୀରାକୁଦ ଡ୍ୟାମ ସୁରକ୍ଷା ଚିନ୍ତା । ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ । ଡ୍ରୋନ ଉଡାଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ପ୍ରାଥମିକ ତଦନ୍ତ କରାଯିବା ସହ ଏହାର ସତ୍ୟସତ୍ୟ ଯାଞ୍ଚ ହେବ । ସୁରକ୍ଷା ଦାୟିତ୍ୱରେ ଥିବା ଓଆଇଏସଏଫର କମାଣ୍ଡେଣ୍ଟାଙ୍କୁ ନେଇ ଚିଠି ଲେଖାଯିବ ବୋଲି ହୀରାକୁଦର ମୁଖ୍ୟଯନ୍ତ୍ରୀ ହେମନ୍ତ ପାଣ୍ଡବ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଆଜି ଗୋଟ୍ ଖୋଲାଯାଇଥିବା ବେଳେ ଜଣେ ଓଡ଼ିଆ ବ୍ଲଗର ଡ୍ରୋନ ଉଠାଇବା ସହ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଡ୍ୟାମର ସବୁ ପ୍ରକାର ଫଟୋ ନେଇ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଫଳରେ ଡ୍ୟାମ୍ ର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ମିଷ୍ଟର ଓଡ଼ିଆ ବ୍ଲଗର ନାମକ ଜଣେ ଯୁବକ ଏହି ଡ୍ରୋନ ଉଡାଇଥିବା ଦେଖିବାକୁ ମିଳିଛି । ହୀରାକୁଦ ଜଲଭଣ୍ଡାର ସୁରକ୍ଷା ଏବେ ଆଇଏସଏଫ ହାତରେ ରହିଛି । ଡ୍ୟାମ୍ କର୍ତ୍ତୃପକ୍ଷ ଏହି କଥା କୁ ଜାଣି ନଜାଣିଲା ପରି ହେଉଛନ୍ତି । ଯଦି ଗଣମାଧ୍ୟମ ଡ୍ୟାମ୍ ନିକଟକୁ ଯାଇ ପାରିବେ ନାହିଁ ତାହେଲେ ଜଣେ ବ୍ଲଗର ଡ୍ୟାମ୍ ନିକଟକୁ ଯାଇ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ କିପରି ଛାଡିଲେ ଏନେଇ ଏବେ ବଡ଼ ପ୍ରଶ୍ନ ଉଠିଛି ।