ଭୁବନେଶ୍ୱର : ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ଆସନ୍ତା ୧୦ ତାରିଖରୁ ରାତିବେଳା ଶୀତ ବଢ଼ିବ । ମେଘୁଆ, କୋହଲା ପାଗ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଥିଲା । କୋହଲା ପାଗ ରହିବନି ଓ ବାଦଲ ବି ହଟିଯିବ । ଏଥିପାଇଁ ଆସନ୍ତା ୨ ରୁ ୩ ଦିନ ଭିତରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ କମିଯିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ୯ ତାରିଖରୁ ପାଗ ଶୁଖିଲା ହେବ । ଗତ ୨୪ ଘଣ୍ଟାରେ ରାଉରକେଲାରେ ୪୫, ନୂଆପଡ଼ାରେ ୪୪.୮, ବରଗଡ଼ରେ ୪୪.୨, ବୌଦ୍ଧରେ ୪୩.୩, ଗୋପାଳପୁରରେ ୪୨, ହୀରାକୁଦରେ ୪୦.୨, ସମ୍ବଲପୁରପୁରରେ ୩୭.୫, ଭବାନୀପାଟଣାରେ ୩୦.୨, ଟିଟିଲାଗଡ଼ରେ ୨୪.୪, ସୁନ୍ଦସୁରଗଡ଼ରେ ୧୧.୪, ରାଉରକେଲାରେ ୬ ଏବଂ ଝାରସୁଗୁଡ଼ାରେ ୫ ମିମି ବର୍ଷା ହୋଇଛି ।