ଲଦାଖ : ଲେହ-ଲଦାଖରେ ଭୂକମ୍ପ ଅନୁଭୂତ । ଶୁକ୍ରବାର ଭୋର ପ୍ରାୟ ୪ଟା ୧୯ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖ ଆଲଚିର ୧୮୯ କିମି ଉତ୍ତର । ଯାହାର ଗଭୀରତା ୧୦ କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ ୩୫.୮୯ ଏବଂ ଦ୍ରାଘିମା ୭୭.୫୭ ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।
September 16, 2022
0 Comment
244 Views
ଲେହ-ଲଦାଖରେ ଭୂକମ୍ପ ଅନୁଭୂତ
by Editor
ଲଦାଖ : ଲେହ-ଲଦାଖରେ ଭୂକମ୍ପ ଅନୁଭୂତ । ଶୁକ୍ରବାର ଭୋର ପ୍ରାୟ ୪ଟା ୧୯ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖ ଆଲଚିର ୧୮୯ କିମି ଉତ୍ତର । ଯାହାର ଗଭୀରତା ୧୦ କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ ୩୫.୮୯ ଏବଂ ଦ୍ରାଘିମା ୭୭.୫୭ ରହିଛି । ଏଥିରେ... Read More