ନୂଆଦିଲ୍ଲୀ: ଲେହ ଓ ଲଦାଖରେ ଭୂମିକମ୍ପ ଝଟକା। ମଙ୍ଗଳବାର ସକାଳୁ ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ମଙ୍ଗଳବାର ଭୋର ୪.୩୩ ମିନିଟ୍ରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ମପା ଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ଭୂପୃଷ୍ଠ ଠାରୁ ୫କିଲୋମିଟର ଗଭୀରତାରେ ଏବଂ ୩୪.୭୩ ଡିଗ୍ରୀ ଅକ୍ଷାଂଶ ଏବଂ ୭୭.୦୭ ଡିଗ୍ରୀ ଦ୍ରାଘିମାରେ ରହିଛି ।