ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆର ସହ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଙ୍ଗଳବାର ଅପରାହ୍ନ ୨.୫୩ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା । ଏହାର କେନ୍ଦ୍ରସ୍ଥଳ ଥିଲା ନେପାଳ । ଭୂକମ୍ପ ଯୋଗୁଁ ଉତ୍ତର ଭାରତରେ ଅଧିକାଂଶ ସ୍ଥାନରେ ଲୋକେ ଭୟରେ ଘର ବାହାରକୁ ପଳାଇ ଆସିଥିଲେ ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁଯାୟୀ ଏହି ଭୂକମ୍ପ ୧୧.୦୬ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁଁ କୌଣସି ଧନଜୀବନ ହାନି ନେଇ ସୂଚନା ନାହିଁ ।