ସାଲେପୁର : ଓଲଟିଲା ଅଣ୍ଡା ବୋଝେଇ ପିକ୍ଅପ୍ ଭ୍ୟାନ୍ । ନଷ୍ଟ ହୋଇଗଲା କାର୍ଟୁନ କାର୍ଟୁନ ଅଣ୍ଡା । ସାଲେପୁର ପାଗା ଗୋପୀନାଥପୁର ବାଇପାସ୍ ଛକ ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନା ଯେ, କଟକରୁ ବାଲିଚନ୍ଦ୍ରପୁର ଅଭିମୁଖେ ଯାଉଥିବା ଓଡି୦୨ସିଜି୪୫୨୦ ନମ୍ବର ବିଶିଷ୍ଟ ଅଣ୍ଡା ବୋଝେଇ ପିକ୍ଅପ୍ ଭ୍ୟାନ୍ ପାଗା ଗୋପୀନାଥପୁର ବାଇପାସ୍ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପିକ୍ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଏକ କଲଭର୍ଟରେ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ୧୮୦ କାର୍ଟୁନ୍ ଅଣ୍ଡା ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ସୌଭାଗ୍ୟ ବଶତଃ ଡ୍ରାଇଭର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ପାଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି ।