କେନ୍ଦୁଝର, ସଦର ରେଞ୍ଚ ବନାଞ୍ଚଳ ଅନ୍ତର୍ଗତ ଟାଉନ ସେକ୍ସନ ଶଙ୍କିରୀ ପଞ୍ଚାୟତ ଜଡ଼ିପଡ଼ା ବିଟରେ ଆଠଟିଆ ହାତୀ ଦୁଇ ଦିନ ହେଲାଣି ଜଡ଼ିପଦା ଗ୍ରାମର ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଥିବା ବେଳେ ରାତ୍ରି ହେଲେ ଜନବସତି ମୁହାଁ ହେଉଛନ୍ତି । ଜଙ୍ଗଲ ନିକଟବର୍ତ୍ତୀ ବସବାସ କରୁଥିବା ଲୋକମାନେ ସଂଧ୍ୟା ହେଲେ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ଚଳିତ ବର୍ଷ ଅଭାବୀ ବର୍ଷା ସତ୍ତ୍ୱେ ହଜାର ହଜାର ଟଙ୍କାର ଧାନ ମଞ୍ଜି କିଣି ବିଲରେ ତଳି ପକାଇ ଚାଷୀମାନେ ବହୁ କଷ୍ଟ ସାଧ୍ୟ କରି ଘରମାନଙ୍କରୁ ପାଣି ବୁହି ତଳିରେ ପାଣି ସିଞ୍ଚନ କରି ସୁନ୍ଦର ସୁନ୍ଦର ଚାରା ସୃଷ୍ଟି କରିଥିଲେ। ଲଗାଇବା ସମୟରେ ଚାରାକୁ ହାତୀ ମାଡି ଦୋଳି ଖାଇ ଗଡି ଯାଇଥିବାରୁ କ୍ଷତି ଗ୍ରସ୍ତ ଚାଷୀ ସମ୍ପୂର୍ଣ ଭାବେ ମର୍ମାହତ ହୋଇପଡିିଛନ୍ତି। ବର୍ତମାନ ପରିସ୍ଥିତିରେ ଧାନ ଆଣି ତଳି ପକାଇ ଚାରା କରିବା ସମ୍ଭବ ନୁହେଁ ବୋଲି କ୍ଷତି ଗ୍ରସ୍ତ ଚାଷୀ ନିରଞ୍ଜନ ଓରାମ, ସର୍ବେଶ୍ଵର ତାମୁଣ୍ଡିଆ, ନେତ୍ରା ନନ୍ଦ ଓରାମ , ଫକିର ନାୟକ ପ୍ରମୁଖ କହିଛନ୍ତି। ସର୍ବେଶ୍ୱର ସାତ ହଜାର ଟଙ୍କାର ଧାନ ତଳିକୁ ନଷ୍ଟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ ପାଞ୍ଚ ପାଞ୍ଚ ହଜାର ଟଙ୍କାର ତଳିକୁ ହାତୀ ନଷ୍ଟ କରିଛନ୍ତି। ଯେଉଁ ତଳି ରୁଆ ହେଲା ପରେ ଧାନ ଫଳି ୬୦- ୭୦ ହଜାର ଟଙ୍କା ବିକ୍ରୀ ହୋଇଥାନ୍ତା ତାହା ବର୍ତମାନ ବନ ବିଭାଗ କ୍ଷତିପୂରଣ କେତେ ଦେବ ତାହା ଚାଷୀ ମନରେ ଚିନ୍ତା ଘାରିଛି। ଏ ବିଷୟରେ ସଦର ରେଞ୍ଜର ବିଜୟ କୁମାର ମହାନ୍ତଙ୍କୁ ପଚାରିବା କୁହନ୍ତି ବନ ବିଭାଗର ନିୟମ ଅନୁଯାୟୀ ଏକର ପିଛା ଆଗରୁ ୧୦ହଜାର ଟଙ୍କା ମିଳୁଥିଲା ଏବେ ତାହା ତାହା ବୃଦ୍ଧି ପାଇ ୨୦ ହଜାର ଟଙ୍କା ହୋଇଛି। ବିଭାଗ ଆକଳନ ଅନୁସାରେ କ୍ଷତି ପୂରଣ ମିଳିବ ବୋଲି ସେ କହିଛନ୍ତି। ଚାରାରୁ ରୁଆ ହୋଇ ଫଳନ୍ତି ଧାନର ମୂଲ୍ୟର କ୍ଷତି ପୂରଣ ପ୍ରଦାନ କରାଯାଉ ବୋଲି ଚାଷୀ ମାନେ ଅଭିଯୋଗ କରିଚନ୍ତି। ଦୁଇ ଦିନ ହେଲା ଜଡ଼ିପଦା ଜଙ୍ଗଲରେ ହାତୀ ଗୁଡିକ ଡେରା ପକାଇଛନ୍ତି। ଆଜି କୋହଲା ପାଗ ସାଙ୍ଗକୁ ଦିନ ତମାମ ଟୋପା ଟୋପା ବର୍ଷା ହେଉଥିବାରୁ ଚାଷୀକୁ ରାତ୍ରି ସମୟରେ ତଳି ଜଗିବା ପାଇଁ ସମ୍ଭବ ହୋଇପାରୁନି।
July 16, 2023
0 Comment
179 Views
ହାତୀ ଉପଦ୍ରବରେ ବ୍ୟାପକ ଧାନ ତଳି ନଷ୍ଟ, ଚିନ୍ତାରେ ଚାଷୀ
କେନ୍ଦୁଝର, ସଦର ରେଞ୍ଚ ବନାଞ୍ଚଳ ଅନ୍ତର୍ଗତ ଟାଉନ ସେକ୍ସନ ଶଙ୍କିରୀ ପଞ୍ଚାୟତ ଜଡ଼ିପଡ଼ା ବିଟରେ ଆଠଟିଆ ହାତୀ ଦୁଇ ଦିନ ହେଲାଣି ଜଡ଼ିପଦା ଗ୍ରାମର ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଥିବା ବେଳେ ରାତ୍ରି ହେଲେ ଜନବସତି ମୁହାଁ ହେଉଛନ୍ତି । ଜଙ୍ଗଲ ନିକଟବର୍ତ୍ତୀ ବସବାସ କରୁଥିବା ଲୋକମାନେ ସଂଧ୍ୟା ହେଲେ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ଚଳିତ ବର୍ଷ ଅଭାବୀ ବର୍ଷା ସତ୍ତ୍ୱେ ହଜାର ହଜାର ଟଙ୍କାର ଧାନ ମଞ୍ଜି କିଣି ବିଲରେ ତଳି ପକାଇ... Read More