ଭୁବନେଶ୍ୱର : ରାଜ୍ୟରେ ୨୦୨୩-୨୪ ଶିକ୍ଷାବର୍ଷ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଠାରୁ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହେବ । ସେହିପରି ଆସନ୍ତା ଏପ୍ରିଲ ୧୨ତାରିଖ ‘ପୂର୍ଣ୍ଣ ଉପସ୍ଥାନ ଦିବସ’ ଦିନ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯିବ । ରାଜ୍ୟର ୬ ରୁ ୧୪ବର୍ଷ ବୟସର ସମସ୍ତ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା, ଅଧାରୁ ପାଠପଢ଼ା ଛାଡିଥିବା ବା ଆଦୌ ନାମ ଲେଖାଇନଥିବା ପିଲାମାନଙ୍କର ବିଦ୍ୟାଳୟରେ ନିୟମିତ ଭାବେ ପାଠପଢ଼ାକୁ ସୁନିଶ୍ଚିତ କରାଇବା ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାପନ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।
ଶିକ୍ଷା ଅଧିନିୟମ ୨୦୦୯ ଅନୁଯାୟୀ ୬ରୁ ୧୪ବର୍ଷ ମଧ୍ୟରେ ଥିବା ସବୁ ପିଲାମାନଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରୟାସ ଜାରି ରହିଛି । ୬ରୁ ୧୪ବର୍ଷର ପିଲା ବିଦ୍ୟାଳୟରେ ନାମ ଲେଖାଇ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ । ସେଥିପାଇଁ ଏପ୍ରିଲ ୧୨ତାରିଖ ‘ପୂର୍ଣ୍ଣ ଉପସ୍ଥାନ ଦିବସ’ ରୂପେ ପାଳନ କରାଯିବ ।
୧୨ ତାରିଖ ଦିନ ବିଦ୍ୟାଳୟରେ ନାମ ଲେଖାଇବା ପିଲାମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯିବ । ସେମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ବଣ୍ଟା ଯିବ । ଏହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଫେଟା ଗୁଡ଼ିକ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜଣାଇବା ଲାଗି ପଠାଯିବ । ସପ୍ତାହ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ଏକ ବ୍ୟାନର ଲଗାଯିବ ।