ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି । ଆଜି ରବିବାରରେ ବି ଖୋଲା ରହିବ ଦେଶର ସମସ୍ତ ବ୍ଯାଙ୍କ । ଚଳିତ ଆର୍ଥିକ ବର୍ଷର ଆଜି ଶେଷ ଦିନ ହୋଇଥିବାରୁ ସମସ୍ତ ବ୍ଯାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛି ଆରବିଆଇ ।
ଆର୍ଥିକ ବର୍ଷର ଶେଷ ଦିନ ସୁଦ୍ଧା ବର୍ଷ ତମାମ ହୋଇଥିବା ସମସ୍ତ କାରବାରର ସୂଚନା ଲିପିବଦ୍ଧ ହେବା ଆବଶ୍ୟକ । ଏଥିଲାଗି ସମସ୍ତ ବ୍ଯାଙ୍କକୁ କାମ କରିବାକୁ କୁହାଯାଇଛି । ଏହାସହ NEFT ଓ RTGS କାରବାର ମଧ୍ୟ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ । ଏହାବାଦ ସରକାରୀ ଚେକ୍ କ୍ଲିଅରାନ୍ସ ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ । ପୂର୍ବରୁ ଆୟକର ବିଭାଗ ମଧ୍ୟ ସମସ୍ତ ଅଫିସ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲା । ବିଭାଗ ପକ୍ଷରୁ ୨୯ ତାରିଖ ଦିନ ପଡିଥିବା ଗୁଡ୍ ଫ୍ରାଇଡେ, ୩୦ ତାରିଖ ଶନିବାର ଓ ଆଜି ରବିବାର ଛୁଟି ରଦ୍ଦ କରିଥିଲେ ।