ନୂଆଦିଲ୍ଲୀ: ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଚଳନ୍ତା ବୁଲେଟରେ ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ହାଇଦ୍ରାବାଦ ଭବାନୀନଗର ପୁଲିସ୍ ଷ୍ଟେସନ ଅଞ୍ଚଳରେ ଏହି ଏକ ବଡ଼ ଅଘଟଣ ଘଟିଛି। ବାଇକଟି ଅତି ଦ୍ରୁତ ଗତିରେ ଯାଉଥିବାବେଳେ ହଠାତ୍ ବାଇକାରେ ନିଆଁ ଲାଗି ଯାଇଥିଲା। ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ, ବୁଲେଟ ଚାଳକଙ୍କ ସମେତ ରାସ୍ତାରେ ଯାଉଥିବା ପ୍ରାୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ପରେ ଖବର ପାଇ ପୁଲିସ୍ ଏବଂ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପରେ ଗୁରୁତର ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ ପରିସ୍ଥିତି ଏଭଳି ଅଘଟଣ ଘଟିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।

May 13, 2024
0 Comment
118 Views
ଚଳନ୍ତା ବୁଲେଟରେ ବିସ୍ଫୋରଣ: ୧୦ ଗୁରୁତର
by Editor
ନୂଆଦିଲ୍ଲୀ: ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଚଳନ୍ତା ବୁଲେଟରେ ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ହାଇଦ୍ରାବାଦ ଭବାନୀନଗର ପୁଲିସ୍ ଷ୍ଟେସନ ଅଞ୍ଚଳରେ ଏହି ଏକ ବଡ଼ ଅଘଟଣ ଘଟିଛି। ବାଇକଟି ଅତି ଦ୍ରୁତ ଗତିରେ ଯାଉଥିବାବେଳେ ହଠାତ୍ ବାଇକାରେ ନିଆଁ ଲାଗି ଯାଇଥିଲା। ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ, ବୁଲେଟ ଚାଳକଙ୍କ ସମେତ ରାସ୍ତାରେ ଯାଉଥିବା ପ୍ରାୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ପରେ ଖବର ପାଇ ପୁଲିସ୍... Read More