କେନ୍ଦୁଝର, ବିଦ୍ୟାଜ୍ୟୋତି ଫାଉଣ୍ଡେସନ,କେନ୍ଦୁଝର , ଭୂମିକା ଚକ୍ଷୁ ଚିକିତ୍ସାଳୟ ,କେନ୍ଦୁଝର ର ମିଳିତ ଅନୁକୂଲ୍ୟ ରେ ନରଣପୁର ସ୍ଥିତ ଓଡିଶା ବ୍ରିଗଡ ସ୍କୁଲ ପରିସରରେ ଏକ ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ରେ ମୋଟ ୧୧୧ ଜଣ ଛାତ୍ର ,ଛାତ୍ରୀ ଙ୍କର ର ଆଖି ପରୀକ୍ଷା କରାଯାଇଥିଲା ବେଳେ ,୨୫ ଜଣ ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କର ଆଖି ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟ ରୁ ୭ ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲା । ଚିହ୍ନିତ ରୋଗୀମାନଙ୍କୁ ଭୂମିକା ହସ୍ପିଟାଲ ,କେନ୍ଦୁଝର କୁ ଅସ୍ତ୍ରପଚାର ନିମିତ୍ତ ସ୍ଥାନାନ୍ତର କରାଯାଇଛି ଓ ଭୂମିକା ହସ୍ପିଟାଲ ତରଫରୁ ରୋଗୀ ମାନଙ୍କର ଯିବା ,ଆସିବା ,ଖାଇବା ,ରହିବା,ଔଷଧ ,ଚଷମା ଓ ଅପରେସନ ମାଗଣା ରେ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଶିବିରକୁ ଭୂମିକା ଚକ୍ଷୁ ହସ୍ପିଟାଲ ର ସହପରିଚାଳକ ରୁଦ୍ର ନାରାୟଣ ଲୋହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ ,ରେଡ଼ିଓ ଜୁହାର ର ନିର୍ଦ୍ଧେଶକ ଚଣ୍ଡୀପ୍ରସାଦ ପଟ୍ଟନାୟକ ,ମୁଖ୍ୟବକ୍ତା ଓ ବିଦ୍ୟାଜ୍ୟୋତି ଫାଉଣ୍ଡେସନ ର ସମ୍ପାଦିକା ଶକୁନ୍ତଳା ମହାନ୍ତ ସଭାପତିତ୍ୱ କରିଥଲେ । ଓଡିଶା ବ୍ରିଗଡ ସ୍କୁଲ ର ଉପାଧ୍ୟକ ଶ୍ରୀକାନ୍ତ ମହାନ୍ତ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ସଂଗଠକ ହିମାଂଶୁ ପାତ୍ର ଙ୍କ ବଳିଷ୍ଠ ନିର୍ଦେଶନା ରେ ହସ୍ପିଟାଲ ଓ ବିଦ୍ୟାଳୟ ର କର୍ମଚାରୀ ଙ୍କର ସହଯୋଗ ରେ ଶିବିର ଟି ସଫଳ ହୋଇଥିଲା । ବିଦ୍ୟାଜ୍ୟୋତି ଫାଉଣ୍ଡେସନ ର ଏହି କାର୍ଯ୍ୟକ୍ରମ କୁ ସମସ୍ତେ ଉଚ୍ଚ ପ୍ରଶଂସା କରୁଥିବାର ଶୁଣିବାକୁ ମିଳୁଛି ।
December 9, 2023
0 Comment
198 Views
ବିଦ୍ୟାଜ୍ୟୋତି ଫାଉଣ୍ଡେସନ ପକ୍ଷ ରୁ ଚକ୍ଷୁ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, ବିଦ୍ୟାଜ୍ୟୋତି ଫାଉଣ୍ଡେସନ,କେନ୍ଦୁଝର , ଭୂମିକା ଚକ୍ଷୁ ଚିକିତ୍ସାଳୟ ,କେନ୍ଦୁଝର ର ମିଳିତ ଅନୁକୂଲ୍ୟ ରେ ନରଣପୁର ସ୍ଥିତ ଓଡିଶା ବ୍ରିଗଡ ସ୍କୁଲ ପରିସରରେ ଏକ ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ରେ ମୋଟ ୧୧୧ ଜଣ ଛାତ୍ର ,ଛାତ୍ରୀ ଙ୍କର ର ଆଖି ପରୀକ୍ଷା କରାଯାଇଥିଲା ବେଳେ ,୨୫ ଜଣ ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କର ଆଖି ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟ ରୁ ୭... Read More